STORYMIRROR

PURNA CHANDRA PANDA Purna

Others

3  

PURNA CHANDRA PANDA Purna

Others

ବୁଝିଛି

ବୁଝିଛି

1 min
186

ତର ତରେ ଯେବେ କର୍ମକ୍ଷେତ୍ର ଯାଅ

ଅସଜଡ଼ା ପାରିପାଟୀ କୁ ଦେଖି 

ଇସାରାରାରେ ଯଦି କହେ ମୁଁ ତୁମକୁ

ହାତ ଠାରି ଥୟ କର କାହିଁକି ll


ଏଇଟା ଠିଇକ ନାହିଁ ସେଟା ନାହିଁ

ବାହାରକୁ ଯିବ ସଜାଡ଼ି ନିଅ  

ଉତ୍ତରରେ ହସ ଆଉ ଏକ ମତ

ଅଛ ବୋଲି ମତେ ସୂଚନା ଦିଅ ll


ହସୁଥାଅ ସଦା ସବୁ ମାନିନିଅ

କଷଣ ଅନ୍ୟକୁ ଦିଆନି କେବେ  

ସlଙ୍ଗ ସାଥୀ ଅବା ସହକର୍ମୀ ହେଉ

ଘର ପର ଚିନ୍ତା କରିନ କେବେ ll


ବେଶ ପାରିପାଟୀ ଠାଣି ବାଣୀ ଚାଲି

ଖାଦ୍ୟ ପେୟ ପରିଚ୍ଛଦେ ନିପୁଣା  

ସ୍ଵଚ୍ଛ ପରିବେଶ ସର୍ବଦା ପସନ୍ଦ 

କର୍ମ ଧର୍ମ ଶିକ୍ଷା ଶୁଭ୍ର ଶଣ୍ଠଣl ll


ଦାୟିତ୍ୱ ବାହନେ ନଥାଏ ବିରକ୍ତ

ସୁସ୍ଥ ମନେ ଭାର ବହନ କର  

କାମ କାର୍ଯ୍ୟ ଭୋଜି ମହୋତ୍ସବ ହେଲେ

ଆପେ ଆପେ ତରୀ ମଙ୍ଗକୁ ଧର ll


ଓଷା ବ୍ରତ ପୂଜା ପାର୍ବଣ ଦିନରେ

ପରିପକ୍ୱତାର କି ପରିଚୟ  

ବେଳ ଅବେଳରେ ଅଭାବ କାଳରେ

ଧୀଶକ୍ତି ତଵ ରଖଇ ମୂଲ୍ୟ ll


ପିଲା ଦହଗଞ୍ଜ ବରିଷ୍ଠ ଦାୟିତ୍ୱ

ଶାଶୁ ନଣନ୍ଦରେ ଘର ଚଳlଅ  

ମତେ ଲାଗେ ସତେ ମହାଲକ୍ଷ୍ମୀ ତମେ

ନିଜେ ଜଳି ଅନ୍ୟ ଅଗ୍ନି ଲିଭାଅ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍