ମନ୍ମୟ ଚିନ୍ତନ
ମନ୍ମୟ ଚିନ୍ତନ
ବହଳ ଶିଉଳି କ୍ଷଣେ ଭାବି ନିଏ
ଯେତେବେଳ ପାଦ ଥାପେ,,
ଡହକ ତାତି ବି ଅନୁଭବେ କେବେ
ଅସମତଳରେ ଗପେ l
ନୀଳ ଘାସ ଶେଜ ଜନ୍ମlଏ ମଉଜ
ପଥରକୁ ପାରି ପରେ,,
ମଥା ପର ଛାଇ ଯାଉଥିବୁ ହୋଇ
ପ୍ରଚଣ୍ଡ ଗ୍ରୀଷ୍ମ ଖରାରେ l
ପାଲ ଟଣା ମେଘ ପଟୁଆର ହୋଇ
ଝାପ୍ସା ଭାସମାନବସ୍ଥା,,
ଅନ୍ଧାର ଚପଳl ଆଲୋକର ଖେଳା
ଦେଖାଉ ଅକ୍ଳେସେ ରାସ୍ତା l
ପାଖେ ପାଖେ ଯେବେ ବାଟ ଚାଲୁଥିବୁ
ପଣତ ପରସ ପାଇ,,
ଶାନ୍ତିର ସମ୍ଭବ ପ୍ରତ୍ୟାଶା ମିଳଇ
ବନ୍ଧୁଟିଏ ଯାଉ ହୋଇ l