STORYMIRROR

PURNA CHANDRA PANDA Purna

Others

3  

PURNA CHANDRA PANDA Purna

Others

ମାନପତ୍ର ନେବେ......?

ମାନପତ୍ର ନେବେ......?

2 mins
200

ତିନି ଆଉ ପାଞ୍ଚ ହଜାରରେ ରାଜ୍ୟପାଳ ମାନପତ୍ର


ମୋ ମନ ମାନସୀ ମର୍ତ୍ତ୍ୟର ରୂପସୀ ଚିନ୍ତା ଆକାଶର ତାରା ତମେ  

ହେ ଗୀତି କବିତା ହୃଦରେ ସାଇତା ଯୁଗ ଯୁଗ ପାଇଁ ବନ୍ଧା ଆମେ ll

ଏତିକି ଲେଖିଛି କବିତା ଧାଡିଏ ଘରଣୀ ମୋ ଆସି ବସିଗଲେ  

ଖାତାଟିକୁ ବଡ଼ ଶ୍ରଦ୍ଧାରେ ମୋ ହାତୁ ତାଙ୍କରି କୋଳକୁ ଟେକି ନେଲେ ll

ପଢ଼ିଲେ କଅଣ ବୁଝିଲେ କେଜାଣି କହିଲେ କବିତା ଲେଖ କିଆଁ 

ବିନା ଲେଖା ଲେଖି ପରେବି କବିତ୍ୱ ପାଇଁ ମାନପତ୍ର ମାରେ ଡ଼ିଆଁ ll

କେତେ ମାନପତ୍ର ନେବ ତମେ କୁହ ପଇସା ପାରିବ ଯଦି ଦେଇ  

ଅଯଥାରେ ଘଣ୍ଟା ଘଣ୍ଟା ଘଣ୍ଟି ହୁଅ କଲମଟା ସଦା ଓଠେ ଥୋଇ ll

ଆସ ଆସ ଦେଖ ଏହି ଭିଡିଓ କୁ ଆମ ଯାଜପୁର ଜିଲ୍ଲା କବି 

ରିକ୍ସା ସେ ଟାଣନ୍ତି ଦିନରେ କବିତା ରାତିରେ ଲେଖନ୍ତି ଭାବି ଭାବି ll

ଛ ହଜାର ଆଠ ଶହ ଚଉବନ କବିତା ଲେଖି ସେ ଓଡ଼ିଶାରେ 

କନକ ଓ ଆଉ କେତେ ଟିଭି ଵାଲା ସାକ୍ଷାତ ନେଲେଣି ଶରଧାରେ ll

ଓଡିଶାରେ ଏକ ମାତ୍ର ସେଇ ରିକ୍ସା ଚହଳ ପକାଏ ମେଡିଆରେ 

ଅଠେଶ ଜlଗା ସାହିତ୍ୟର ମଞ୍ଚ ସମ୍ବର୍ଦ୍ଧନା କଲେ ସମ୍ମାନରେ ll

ସିଏ ଏହି ସାକ୍ଷାତରେ କହୁଛନ୍ତି ନାମ ତାଙ୍କ ଘର ଜିଲ୍ଲା କଥା 

ଅନୁଷ୍ଠାନ ପାଇଁ ପାର୍ଟି ଯୋଗାଡ଼ିଲେ ପ୍ରତି ଦଶେ ଫ୍ରି ଏକ (ମାନପତ୍ର )ଯଥା ll

ଜଣେ ସମ୍ବର୍ଦ୍ଧିତ ରାଜ୍ୟ ପାଳ ଦ୍ୱlରା ଯଦି ହେବାକୁ କେ ଚାହୁଁଛନ୍ତି 

ତିନି ରୁ ପlଞ୍ଚ ହଜାର ଦେଲେ ଭଲେ ଅନୁଷ୍ଠାନ ତାଙ୍କୁ ଦେଉଛନ୍ତି (ମାନପତ୍ର ଓ ସମ୍ବର୍ଦ୍ଧନାପତ୍ର ) ll

ସେଥିପାଇଁ ସମ୍ପୃକ୍ତ ସଂସ୍ଥା ସମୂହ ଦଲାଲ ପୋଷ୍ଟିଙ୍ଗ କରିଛନ୍ତି 

ଯେତେ ଅଧିକରୁ ଅଧିକ ଯୋଗାଡ଼ କରିବ ପରସେଣ୍ଟ ଦେଉଛନ୍ତି ll

ଆମ ଓଡିଶାର ବଟକ ସହର ନହିଦ ଓ ମlରଳା ଭବନେ  

ଏହିପରି ଅଭିନଵ ଉପାୟରେ ସାହିତ୍ୟ ସାଧନ୍ତି ସେ ଗୋପନେ ll

ତମେ ସେହିପରି ଦଲାଲ ହେଉନା ଦଶଟାରେ ଫ୍ରି ଏକ ନେବ  

ତା ସହ ବଟକ ଯିବା ଆସିବା ଖିଅ ପିଆ ଗଡି ଭଡ଼ା ଥିବ ll

ଯଦି ମାନପତ୍ର ସମ୍ବର୍ଦ୍ଧନାପତ୍ର ନେବାକୁ ସ୍ୱାମୀ ହେ ଇଚ୍ଛା କର

ଆମ ଜିଲ୍ଲା ଯାଜପୁର ଜେଲଖାନା ପଛପଟ ଗ୍ରାମେ ଗତି କର ll

ନାମ ତାଙ୍କ ଅଟେ କୈଳlସ ପାତ୍ର ବେଉସା ଅଟଇ ରିକ୍ସା ଵାଲା

ସାରା ଓଡିଶାର ସାହିତ୍ୟ ଗ୍ରୁଉପ ସମ୍ପର୍କ ରଖିଛି ତାଙ୍କୁ ଭଲା ll

ଏଇ ଦେଖ ଆଉ ଭଲ ଭାବେ ଶୁଣ ସାହିତ୍ୟ ବିକିରି ହେଉ ଅଛି

ଆଉ ଚିନ୍ତା ନାହିଁ ସାହିତ୍ୟିକ ପାଇଁ ପଇସା ଅଛି ତ ଭାଷା ଅଛି ll

ଘରଣୀଙ୍କ ଠାରୁ ଏହି ବାକ୍ୟ ଶୁଣି ଚେତା ବୁଡିଗଲା ସେଇଠାରେ  

ପାଣି ଟିକେ ଆଣି ମୋ ସ୍ତ୍ରୀ ମାରିଲେ (କହିଲେ )ରଖ ହୋ କବିତା ଏଇଠାରେ ll



Rate this content
Log in