Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

PURNA CHANDRA PANDA Purna

Action Classics Others

4  

PURNA CHANDRA PANDA Purna

Action Classics Others

ରାତି ସ୍ମୃତି

ରାତି ସ୍ମୃତି

1 min
240


ଅସରା ଲୁହର ଧାରା ଝରି ଆସେ

ଆଷାଢ଼ ଆକାଶ ଛୁଇଁ,

ମୋ ଚିନ୍ତା ଆକାଶ ଏତେ ଅନ୍ଧକାର

ଆଗକୁ ପାରୁନି ଯାଇ l


ସଞ୍ଜ ନଇଁ ଆସେ ଆଶା ପଥ ଧାରେ

ସାତ ସାଗରର ପାଣି

ସମୟ ସନ୍ଦେହ ବରଷl ଏକତ୍ର

ମୋ ପାଇଁ କରିଛି ଆଣି l


ଏତେ ବରଷାରେ ଭରସାର ଶୋଷ

ତଥାପି ପାରୁନି ମେଣ୍ଟି

କୋଟି ଯୋଜନାର ଚପଳl ଆଲୋକ

ତଥାପି ପଡୁଛି ଝୁଣ୍ଟି l


ନିର୍ଲିପ୍ତ ମନର ଶେଷ ସୋପାନରେ

ସାତ ସପନର ଦୃଶ୍ୟ,

ତନ୍ଦ୍ରl ବିଜଡିତ ଅବକ୍ଷୟି ଜ୍ୟୋସ୍ନା

ଶ୍ରାବଣେ ଲୁଚେ ଅବଶ୍ୟ l


ମୁଁ ଏକା ବାଟୋଇ ସାଥୀ ନିଜ ଛାଇ

ତଥାପି ସେ'କରେ ପର,,

ଆକୁଳ ଆବେଗେ ତୁମ ସ୍ମୃତି ମାର୍ଗେ

କ୍ଷୀଣ ଆଲୋକର ଧାର l


ଆଖି ନଈ "ମାନେ'' ଦୁଇ କୂଳ ଛୁଏଁ

ଭାବେ କି ଫେରିବା ଆଉ,

ପାରଦ ବତୁରା ମେଘଚ୍ଛନ୍ନ ନଭେ

ଉଠଇ ଦୁଃଖର ଢେଉ l


ମୁଁ କେବଳ ଚାହେଁ ଚୋରାବାଲି ତଳେ

ଭ୍ରମ'ରେ ଯିବିକି ଚାଲି

ମୁଗ୍ଧ ଶାମୁକାର ଅନ୍ତର୍ବେଦନାକୁ

ଶୁଣିଛି ନିରବେ ବୋଲି l


ପ୍ରଣୟ ପାଗଳ ବିଲ୍ଵମଙ୍ଗଳଯେ

ଅତୀତ ଯାଇଛି ଭୁଲି,

ନିଜ ସୀମାରେଖା ଡେଇଁ ପ୍ରାଣସହୀ

ତୁମ ସୀମା ଛୁଇଁଦେଲି ।


Rate this content
Log in

Similar oriya poem from Action