Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

PURNA CHANDRA PANDA Purna

Action Classics Others

3  

PURNA CHANDRA PANDA Purna

Action Classics Others

କରୁଣା କର

କରୁଣା କର

1 min
149



ଚରଣେ ଶରଣ ରହୁଛି ଛାମୁହେ

ଏତିକି କରୁଣା କରିବୁ ,,

ଏ ଜଗତ କେଡ଼େ ବଡ଼ ସତେ ଆହା

ତା'ମଧ୍ୟେ ଜାତି ରଖିବୁ l


ମୋ ଗାଁ ମାଟି ମୋ ଜାତି ଭାଇଟି

ସରବେ ତୋହର ସନ୍ତାନ

ସର୍ବେ ଆମ୍ଭେ ଦାସ ତୋ ଚାରଣେ ବାସ

ପରିବାରେ ଦେବୁ ଜୀବନ l


ନାହିଁ ଲୋଡ଼ା ଆମ ତୁଳିତଳ୍ପ ଶେଯ

ମସିଣା ଖଣ୍ଡିଏ ଲୋଡ଼ା,,

କରୁଣା ବରଷା ଅନ୍ତଃ ସ୍ନାନ ପାଇଁ

ଚାହୁଁନୁ..ବି ହାତୀ ଘୋଡ଼ା l


ପିଲା ଛୁଆ ଯେତେ ଉତ୍କଳ ମାଟିରେ

ସଭିଏଁ ଔରଷୁ ତୋହର,,

ନିଜ ଜନ୍ମ ଛୁଆ ହୁଅନ୍ତୁ ଆଗୁଆ

ଏଣିକି ତୋହର ବିଚାର l


ଖଳ ଅଳସୁଆ ନ କରିବୁ ସ୍ୱାମୀ

କର୍ମଠ ବେଭାରେ ରଖି,,

ତାଙ୍କ କଲା କର୍ମ ହେଉ ତୋର ଧର୍ମ

ରହିଲୁ ମୋ ରାଜ୍ୟ ସାକ୍ଷୀ l


ସଦା ଶାନ୍ତି ସୁଖ ଏ ଦେଶେ ବିରlଜୁ

ଶତ୍ରୁ ସୈନ୍ୟ ହେଉ କ୍ଷୟ,,

ପ୍ରତ୍ୟେକ ମାନବ ଅନ୍ତଃ ସ୍ୱରେ ଘୋସୁ

ଜୟ ଜଗନ୍ନାଥ ଜୟ l


Rate this content
Log in

Similar oriya poem from Action