ଗରିବ ଜନତା ବଞ୍ଚି ରହିବ କେମିତି ?
ଗରିବ ଜନତା ବଞ୍ଚି ରହିବ କେମିତି ?
ଧର୍ମାନ୍ଧତା, ଅନ୍ଧତା ଓ ଦଂଗାର
ମଞ୍ଜି ବୁଣିବାରେ
ଜୀବନ ହେଲାଣି ତ ଛିନ୍ନଭିନ୍ନ
ଭାରତୀୟ ସମାଜରେ |୧|
ମୁକ୍ତି ସ୍ଵାଧିନତା ପୂର୍ବରୁ ଦେଶ
ହେଲା ବିଭାଜନ
କେତେ ଯେ ମଣିଷର ଜୀବନ
ହେଲା ବିସ୍ଥାପନ |୨|
ସ୍ୱାଧୀନତା ହେଲା, ସେ ବିଷର
ଫଳ ଭୋଗିଲେ
ହିନ୍ଦୁ ମସଲିମ୍ ଭାଇ ଏକତା
ଭାବକୁ ଭାଂଗି ଦେଲେ |୩|
ମାଟିର ମଣିଷ ରହୁଛି ଏଇ ଦେଶେ
ଝାଟି-ମାଟିର ଘରେ
ପରିଶ୍ରମ କରି ତୋଳି ଦେଉଛି ବହୁ
ତଳ ପ୍ରସାଦ ଏ ମାଟିରେ |୪|
ନିଜ ଦେହବଳ ଯେମିତିକି ଏକ କଳ
ଖଟିଥାଏ ଦିନ-ରାତି
ଠିକାଦାର ସାହୁକାର ଯେତେ ତାହାର
ଶ୍ରମକୁ ଶୋଷିଥାନ୍ତି |୫|
ଆମେରେ ଏ ଦେଶର ଯେତେ ସବୁ
ଶ୍ରମିକ କୃଷକ ଜାତି
ଆମ ପରିଶ୍ରମ ବଳେ ମାଟିକୁ ଚକଟି,
ଗଢୁ ସବୁକିଛି ଲଗାଇ ଶକତି |୬|
ଆମ ଭବିଷ୍ୟତ ନୁହେଁ ତ ସୁରକ୍ଷିତ
ଯେପରିକି କ୍ରୀତଦାସ,
କାମ ଥିଲେ ଦାମ ନୋହିଲେ ଜୀବନ
ମାଲିକ ହାତରେ ବଶ |୭|
ଦେଖାଇ ଅର୍ଥ ଲାଳସା, ଓଜାଡି ଦିଅ
କେତେ ଆଶା ଓ ସପନ
ଚୋରାଇ ନିଅ ଆମର ନିଜସ୍ଵତା, କଲ
ବଲ ହୋଇ କଟାଉ ଜୀବନ |୮|
ମାଟି ଭାରତର ଅଟେ ଚନ୍ଦନ ଯାହାର
ତାକୁ ତ ଜାଣୁନ ଥରେ
ସ୍ଵାର୍ଥପର ପୁଂଜିପତିର ଦଲାଲ ହୋଇଛ
ଗରିବ ଗୁରୁବା ବିସ୍ଥାପନ ପନ୍ଥା ଧରେ |୯|
କାରଖାନା ଯେତେ କରିବେ ସ୍ଥାପନ ଜଂଗଲ
ର କୋଟି କୋଟି ବୃକ୍ଷକୁ ହାଣି
କେବେ ସେ ବୁଝନ୍ତି ବନ୍ୟଜନ୍ତୁ ବ୍ୟଥା ବିସ୍ଥାପିତ
ହୋଇ ଗାଁରେ କଲେଣି ଘଣି |୧୦|
ଯେତେ ରାମ ରାଜ୍ୟର ଡାକରା ଦିଅନ୍ତି
ଆମ ସୁନାର ଭାରତରେ
ଦେଖାଇଲ ତୁମ ବିଶିଷ୍ଟ କଳାକାରଗିରି
ଅନ୍ୟର ଗୋଡ଼ ଭିଡ଼ିବାରେ |୧୧|
ଯେତେ ରାମରାଜ୍ୟର ଡାକରା ଦିଅନ୍ତି
ଆମ ସୁନାର ଭାରତରେ
କିନ୍ତୁ କରନ୍ତି ଡ୍ରାମାବାଜୀ ଅନ୍ୟକୁ ଖାଲି
ନିନ୍ଦା ଗାଳି କରିବାରେ |୧୨|
ଯେତେ ରାମରାଜ୍ୟର ଡାକରା ଦିଅନ୍ତି
ଆମ ସୁନାର ଭାରତରେ
ପୋଲିସ ଆଇନକୁ ଧରି ଆନନ୍ଦିତ ହୁଅ
ଅନ୍ୟକୁ ମକଚି ଦେବାରେ |୧୪|
ନିଜକୁ ପ୍ରଶ୍ନ ପଚାର, ଅନ୍ୟର ପ୍ରଶଂସା
କରିନ ତ କେବେ, ଶାନ୍ତି ମିଳୁଛିକି ?
ନିଜକୁ ପ୍ରଶ୍ନ ପଚାର, ବିଷ ମଞ୍ଜି ବୁଣି
ଅଖଣ୍ଡ ଭାରତ ରହି ପାରିବକି ? |୧୫|
ଆଶ୍ରୟ ଆଶାରେ ନର ଯାଯାବର ହୋଇ
ବୁଲଇ ଏଠି ସେଠି ନିତି
ଗରିବ ଜନତା ହୁଅନ୍ତି ବିସ୍ଥାପିତ, ସଦା ରହେ
ମନେ ବଞ୍ଚି ରହିବ କେମିତି ? |୧୬|
