STORYMIRROR

Debabrata Mishra

Abstract Action

4  

Debabrata Mishra

Abstract Action

ଅନ୍ଧାର ଆସୁଛି

ଅନ୍ଧାର ଆସୁଛି

1 min
309


ଦୁଇ କୂଳର ପରିବାର ସହ

ଦୂର-ନିକଟ ଆପଣାର ବନ୍ଧୁବାନ୍ଧବଙ୍କୁ ନେଇ

ସାହି-ପଡ଼ିଶା, ଚିହ୍ନା-ପରିଚୟଙ୍କ ସହ 

ଆଉ କିଛି ଅତିରିକ୍ତ ବାହୁବଳୀ ଧରି

ଆଲୋକକୁ ଜାଳିବାକୁ ତୀବ୍ର ବେଗେ ଅନ୍ଧାର ଆସୁଛି,


ସତେ ଯେମିତି କେଉଁ ପୁରୁଣା କାଳର

ଲୁଚି ରହିଥିବା ଗୁପ୍ତ ଯନ୍ତ୍ରଣାର ପ୍ରତିଶୋଧ ପାଇଁ

ଏ ଜୀବନକୁ ଯୁଦ୍ଧକ୍ଷେତ୍ର ଭାବି ଆକ୍ରୋଶର ସହ

ସୈନ୍ଯସାମନ୍ତଙ୍କ ସହ ଅସ୍ତ୍ରଶସ୍ତ୍ର ଧରି 

ରକ୍ତପାତ କରିବାକୁ ଶପଥ ନେଇ ଅନ୍ଧାର ଆସୁଛି, 


କାହିଁକି କେଜାଣି ସେ ଆଜି

ଏହି ଜୀବନକୁ ବାଛିଅଛି ମାଟିସହ କରିବ ସମାନ

କେଉଁ କରମର ଫଳ ପାଇଁ ସେ ଆସୁଛି

ଆଲୋକକୁ ତା'ର କାହିଁ ଏତେ ଈର୍ଷା

ଜୀବନକୁ ଜୀବନ୍ତ ମରଣର ସ୍ୱାଦ ଚଖାଇବା ପାଇଁ

ଆହ୍ୱାନର ରଡ଼ି ଓ ଭୟଙ୍କର ଚିତ୍କାର କରି ଅନ୍ଧାର ଆସୁଛି, 


ରାତି-ଦିନ ଅହରହ କରିବ ସେ ଆକ୍ରମଣ

ତା'ର ଭାବନା, ଚେତନା ଓ ଚିନ୍ତାର ତରବାରୀରେ

ସମୟର ଚକ୍ର ଆଜି ଅନ୍ଧାର ପକ୍ଷରେ କେମିତି

ଆଲୋକର ପାପ ବୋଧେ ପୂର୍ବ ଜନମର

ସବୁ ଜନମର କର୍ମ ହିସାବ ନେବାକୁ ଅନ୍ଧାର ଆସୁଛି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract