STORYMIRROR

Satyanarayan Sahoo

Abstract Romance Action

4  

Satyanarayan Sahoo

Abstract Romance Action

କଳା ମେଘ

କଳା ମେଘ

1 min
276


ବରଷା କାଳରେ ଘୋଟଇ ଆମ୍ବରେ

କଳା ମେଘ ନିରନ୍ତରେ

ବରଷଇ ବାରି ଗରଜି ପ୍ରଖରେ 

ଠପ ଠପ ଶବଦରେ ।

ଘନ ଘନ ଖରେ ଘଡ ଘଡି ମାରେ

ଝଟକେ କ୍ଷଣଦ। ଦ୍ୟୂତି

କମ୍ପେ ଦଶଦିଶ କରିଣ ବହନ

ବହଇ ପବନ ନିତି ।

ତୁହାକୁ ତୁହା ସେ କୁଝଟିକା ପିଟେ

କେବେ କେବେ ଘନ ଝଡି

ଭୈରବ ରବରେ ଅନ୍ଧକାର ଘୋଟେ

ଆସଇ ହଠାତ ମାଡି ।

ଦିଶଇ ଦିଶା ଦିବସ ହୁଅଇ 

ରଜନୀ ପ୍ରାୟ ପ୍ରତୀତ

କଳା ମେଘ ଦେଖି ଆରମ୍ଭଇ ଶିଖି

ସୁମଧୁର ଛନ୍ଦେ ନୃତ୍ୟ ।

ଷଡଜ ସ୍ୱନରେ ସଂଗୀତ ଗାଇ ସେ

ନାଚ କରେ ଆନନ୍ଦରେ

ମହକି ଉଠଇ ସାରା ପରିବେଶ

କଦମ୍ବ ଫୁଲ ଗନ୍ଧରେ । 


Rate this content
Log in

Similar oriya poem from Abstract