STORYMIRROR

Prasanna Kumar Das

Abstract

3  

Prasanna Kumar Das

Abstract

ଅମାବାସ୍ୟା

ଅମାବାସ୍ୟା

1 min
245

ବରଷକେ ଆସେ ବାର ଅମାବାସ୍ୟା

ନାନା ପରବ ହୁଅଇ।

ଗୋଟିଏ ରେଖାରେ ସୂର୍ଯ୍ୟ ଚନ୍ଦ୍ରଥିଲେ

ଅମାବାସ୍ୟା ହୋଇଥାଇ ।। 


ପନ୍ଦର ଦିନରେ ଏକ ପକ୍ଷ ହୁଏ

ଏକ ମାସ ଦୁଇ ପକ୍ଷ ।

କୃଷ୍ଣ ଶୁକ୍ଳ ପକ୍ଷ ନାମରେ ବିଦିତ 

ଜାଣନ୍ତି ଜଗତେ ଲୋକ ।।


ଶୁକ୍ଳ ପକ୍ଷ ଶେଷ ପୂର୍ଣ୍ଣମୀ ଚନ୍ଦ୍ରରେ

ଧରା ହୁଏ ଆଲୋକିତ।

ଅମାବାସ୍ୟା ରାତି ଘୋର ଅନ୍ଧାରରେ

ରଜନୀ ଲାଗେ ଅଶାନ୍ତ ।।

 

ପବିତ୍ର ତୀର୍ଥରେ କରି ସ୍ନାନ ଦାନ 

ଦେଇ ପିତର ତର୍ପଣ କର ।

ଅମାବାସ୍ୟା ପରେ ଆସିବ ପୂର୍ଣ୍ଣିମା 

ସୌରଜଗତର ଖେଳ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract