STORYMIRROR

shibananda barik

Abstract

3  

shibananda barik

Abstract

ପ୍ରିୟତମା

ପ୍ରିୟତମା

1 min
205


ପାହାନ୍ତା ସୁରୂଜ ଉଇଁବା ପୂର୍ବରୁ ଯିଏ ଆସେ ମୋ ସପନେ,

ଆଖି ଖୋଲି ତାକୁ ନ ପାଇ କୋଉଠି ଖୋଜେ ପୁଣି ମନେ ମନେ।


ଝରକା ସେପାଖେ ଲୁଚିଛପି ଧୀରେ ହାତ ଠାରି ଡ଼ାକେ ମୋତେ 

ସୁନେଲି କିରଣ ଅନ୍ଧାର ଭିତରୁ ଉଭେଇ ଦେଲା କି ତୋତେ।


ସାଗର କୂଳରେ ବାଲିଘର କେତେ ତୋଳି ଭଙ୍ଗୁଥିଲି ଏକା,

ପଦଚିହ୍ନ ତୋର ପାଇ ଗଲା ପରେ ଭାବିଲି ହୋଇବ ଦେଖା।


ଦୂରେ ବହୁଦୂରେ ଲହରୀ ଭାଙ୍ଗୁଛି ତୋ ପାଇଁ ସାଗର ଦେହେ,

ସଞ୍ଜ ନଈ ଶେଷ ପକ୍ଷୀ ଫେରିଲେଣି ପାଇବି କି ମନ କହେ ।


ବଗିଚା ଭିତରେ ଏକା ଚାଲୁ ଚାଲୁ ଗୋଲାପଟି କାନେ କହେ ,

ଭଅଁର ନୀରବେ ମହୁ ଶୋଷିବାକୁ ଘୁରିବୁଲେ କାହା ଦେହେ ।


ଧରୁ ଧରୁ ସେଇ ଗୋଲାପ ପାଖୁଡ଼ା କଣ୍ଟା ଭେଦିଗଲା ହାତେ,

ଫେରି ଆସିବୁ କି ପ୍ରିୟତମା ମୋର ସାଇତି ରଖିବି ତୋତେ ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract