STORYMIRROR

shibananda barik

Abstract

3  

shibananda barik

Abstract

ମାଟି

ମାଟି

1 min
243


ପାଦ ପାହୁଣ୍ଡ ର ସ୍ପର୍ଶ ପାଇ କ୍ଷଣେ ଅରୁଣ ଜୀବନ ପାଏ,

ସାହିବା ଗୁଣରେ ତା'ଠାରୁ ମହୀରେ ନ ବଳି କିଏ ବି ଯାଏ।


ପ୍ରକୃତି ପ୍ରବନ୍ଧ ଯା'ଉପରେ ଲେଖେ ବର୍ଷା ବିନ୍ଦୁ ସାଜେ କାଳୀ,

ପ୍ରଚଣ୍ଡ ତାପରେ ତପତ ପ୍ରାଣରେ ତଥାପି ସମ୍ଭବ ଖେଳି।


ଗର୍ଭେ ଯା ସାଇତା ମଣି ମୁକ୍ତା ହୀରା ଅମୂଲ୍ୟ ଦରବ ନାନା,

ବୁକୂରେ ଖେଳାଏ ସୁନାର ଫସଲ ନିଗାଡି ଅମୃତ ଦାନା।


ମୁଠାଏ ମୋହରେ ଆବିଳ ସମ୍ପର୍କ ଦେଶେ ଦେଶେ କରେ ବଶ,

ଅନାଦି କାଳରୁ ତିଷ୍ଠି ପାରେ ଯେଉଁ କେବେ ବି ହେବକି ଶେଷ?


ମାଆ ବୋଲି ଯେତେ ଯାତନା ବେଦନା ମନେ ନ ପାରଇ ହେଜି,

ପୁରାଣ ପବିତ୍ର ସ୍ପର୍ଶ ସେ ମାଟିର ଗୁଣ ଗାଏ ନିତ୍ୟ ପୂଜି।


ପଲ୍ଲବୀତ କୋଳ ଧୂଳି ଧୂସରିତ ମୁକୁର ମୁକୁତା ପରି ,

ମୋହେ ବାଳକୃଷ୍ଣ ମୁଖେ କୌତୁକରେ ବିଶ୍ଵ ବ୍ରହ୍ମାଣ୍ଡ ର ସରି।


ତିଳକ ବିଜୟ ଟିକା ସାଜେ କେବେ ବୀର ପାଇକ ର ଶିରେ,

ପ୍ରିୟ ମାଟି ଚିର ନମସ୍ୟ ପୌରୁଷେ ଦୂର୍ଜୟ ସାଧନାବରେ।


ପୁରୁ ଇଷ୍ଟ ମଣି ଇତିହାସ କହେ ସାଣିତ ସୁରକ୍ଷା ଯଶ,

ଗୌରବ ଅକ୍ଷୁର୍ଣ୍ଣ ମାଟି ମା କୀରତି ରୁଧିର ନ ହେଉ ଶେଷ ।

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract