STORYMIRROR

shibananda barik

Abstract

3  

shibananda barik

Abstract

ଚିଠି

ଚିଠି

1 min
255


ଅକୁହା ଶବ୍ଦ ସବୁ ଗୁନ୍ଥା ହୋଇ 

ସଜିଯାଏ ମନ ମନ୍ଦିର ମାନସୀ ଗଭାର ହାର,

ସତେକି ମହକି ଉଠିବ ବାସରେ 

ଯେବେ ସେ ମନ ଦରଜା ଖୋଲି ବାସ୍ନା ଅନୁଭବ ତାର।


ପ୍ରେମ କାଳୀ ମୋର ଅସରନ୍ତି ଝରେ 

ଆକାଶ ମୋ ପାଇଁ ସାଉଁଟି ଆଣେ ଶବ୍ଦ ସବୁ,

ପାହାଡ଼ ପର୍ବତ ମୋର ଜୀବନ୍ତ କାନଭାସ ସାଜନ୍ତି

ତୋଳି ଧରେ ପାଖୁଡ଼ାର ରଙ୍ଗ କରି କାବୁ।


ପ୍ରିୟ ପ୍ରିୟତମା ପ୍ରେମ ପ୍ରତ୍ୟୟର 

ଗୋଟି ଗୋଟି ଲକ୍ଷ୍ୟହୀନ ଲାଖ ବିନ୍ଧି,

ଚିଠି ନୁହେଁ ସେତ ଦୁଇ ହୃଦୟର 

ସମ୍ମତି ସମ୍ପର୍କର ସନ୍ଦିହାନ ସନ୍ଧି।


ବିନ୍ୟାସରେ ବାନ୍ଧି ରଖେ ମୋହ 

ଅଣା ଅଣା କର କଉଡ଼ିରେ କିଣି ଭାବ ,

ସେ ଭାବ ଥରୁଟେ ସୁଖେ ସାଇତିବ 

ହୃଦୟ କଥା ବି ଗୁପତେ ଅଳପେ ଭାସିବ।


କାଗଜ ଖଣ୍ଡରେ ଅଜାଣତେ ଅଙ୍କିଦେଲି 

ପୂଞ୍ଜା ପୁଞ୍ଜା ବାସନାର ଉଜ୍ଜ୍ୱଳ ତାରକା ,

ଅପେକ୍ଷା ସ୍ଵାତୀ ନକ୍ଷତ୍ରର 

ପ୍ରତ୍ୟାହାର ସମ୍ମତିର ପ୍ରତ୍ୟୁତ୍ତର ମହକା। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract