STORYMIRROR

shibananda barik

Abstract

4  

shibananda barik

Abstract

ଅନ୍ଧକାର

ଅନ୍ଧକାର

1 min
192


ଆଖି ପଲକ ଭିତରେ,

ଏକାକୀ ସ୍ମୃତି ସବୁ ସାଉଁଟି ଥିବା ବେଳେ

ଶୂନଶାନ ନିବୁଜ କୋଠରୀ ଭିତରେ,

ନିଜର ଭାବୁଥିବା ଲୋକଟିକୁ ଖୋଜିବା ବେଳେ

ନିକାଞ୍ଚନ ଅରଣ୍ୟରେ,

ନିର୍ଜନତାକୁ ବନ୍ଧୁ କରି ହଜିଯିବା ବେଳେ।


ତରୁଣ ଜହ୍ନରାତିର ଆଲୁଅରେ,

ଗୁଣୁଗୁଣୁ ଶବ୍ଦ କରି କାହା ଉପସ୍ଥିତିକୁ ଖୋଜୁଥିବା ବେଳେ,

ସଞ୍ଜବେଳେ ଚାନ୍ଦିନୀ ମୂଳେ,

କାହା ଫେରିବା ବାଟକୁ ଚାହିଁ ରହିଥିବା ବେଳେ,


ବହୁତ୍ ଖୋଜି ନ ପାଇବା ପରେ,

ଜୀବନର ଅବସାଦ ଲୁହ ମୁନ୍ଦା ପିଇ ଦେଲାବେଳେ

କୋହକୁ ମୋହ କରି,

କାଗଜ ଉପରେ ଲେଖନୀ ଚାଲିଲା ବେଳେ।


ସବୁଠି ଗୋଟିଏ ଉତ୍ତର,

ରେ ସମୟ ! ଏସବୁ ତ ମୋ ପାଇଁ ଅନ୍ଧକାର।

ରେ ଜୀବନ! ଏ ସବୁ ତ ମୋ ପାଇଁ ଅନ୍ଧକାର।

ରେ ଆତ୍ମା! ଏ ସବୁ ତ ମୋ ପାଇଁ ଅନ୍ଧକାର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract