STORYMIRROR

shibananda barik

Abstract

3  

shibananda barik

Abstract

ନାଲି ରକ୍ତ

ନାଲି ରକ୍ତ

1 min
171


ଚାଲୁ ଚାଲୁ କେବେ ପଡ଼ିଲି ଝୁଣ୍ଟି ପାଦରୁ ଝରିଲା ଝର,

ଅନ୍ତର ବଧିର ଶୁଣିପାରିଲାନି କଠୋର ହୃଦୟ ତା'ର।


ନାଲି ଟୁକୁ ଟୁକୁ ସାଧବ ବୋହୂ ସେ ସବାରୀ ଭିତରେ ବସି ,

ମୁହଁ ମୋଡ଼ି ଦେଇ ଓଢ଼ନି ଟାଣି ସେ ଉଡିଗଲା ହସି ହସି ।


ନାଲି ଟିପା ତାର ମଥାରେ ଝଲସେ ଧମନୀ ରକତ ମୋର,

ବିନ୍ଦୁ ବିନ୍ଦୁ କରି ସିନ୍ଦୂର ନାଇ ସେ ଚାଲିଗଲା କରି ପର।


ଜୀବନ ତୋପାଇଁ ଖେଳନା ଥିଲା କି ଭାଙ୍ଗି ଚାଲିଗଲୁ ସତେ,

ତୋ ଖେଳ ଖେଳରେ ଲହୁ ଲୁହାଣ ମୁଁ ଆଘାତ ପାଇଲି କେତେ ।


ରକତ ନିଗାଡି ନିଶ୍ଵାସ ବଦଳେ ଜୀବନ ଦେବାର ମୋହ,

ଅସମ୍ଭାଳ କେବେ ବନ୍ୟା କି ହେବ ଲୋ ବିରହି ରକତ କୋହ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract