STORYMIRROR

shibananda barik

Abstract

3  

shibananda barik

Abstract

ପ୍ରାୟଶ୍ଚିତ

ପ୍ରାୟଶ୍ଚିତ

1 min
259


ମନୁଷ୍ୟ ଜୀବନ ସହଜ ନୁହଁଇ କଣ୍ଟା ଗାଲିଚା ର ଶେଯ,

ଲହୁ ଲୁହାଣ ରେ ଚାଲିବାକୁ ବାଧ୍ୟ ନ ରଖି ମନେ ତୋ ହେଜ।


କଥା ଶବଦ ରେ ଆଘାତ ପାଇଲେ ମୁଁହ କେ ଫେରେଇ ନିଏ,

ନତୁବା କଟୁର ଦୁଇପଦେ ତା'ର ତିଳେ ଉପହାର ଦିଏ।


ଅଗାଧ ପ୍ରେମରେ ପଡ଼ି ଉଠି ଯାହାପାଇଁ ନେଉଥିଲି ଶ୍ୱାସ ,

ଅମୃତ କହି ସେ ଅନ୍ଧଆଖି ଦେଇ ପ୍ରେମ ରେ ଭାରିଲା ବିଷ।


ଦୁଃଖ ଭାଗମିଶା ସୁଖ କିଣାବିକା ଦୁନିଆ ବଜାରେ ସତେ,

ବିଚରା ବାପୁଡ଼ା ଅଜାଣତେ ବ୍ୟର୍ଥ କଉଡ଼ି ହଜାଏ କେତେ।


ସମୟ ଶିଖାଏ ସମ୍ଭାଳି ନିଜକୁ ଦେଖି ଅପରର ଭାବ,

କାହିଁକି କେଜାଣି ସେ କଷ୍ଟ ଆପଣା ମିଠା ମିଠା ଅନୁଭବ।


ଏକାକୀ ନୀରବେ ଆତ୍ମା କୁ ପଚାରେ ଭୁଲ୍ କି କରିଛି କେବେ ?

ସେ ପାପ ମୋର କି ସଜାଡ଼ିବା ଠାରୁ ପୁଣି ଦୋହରିବ ଏବେ!


ହସି ମୋ ବିବେକ ଉତ୍ତରଇ ଥରେ ସବୁ ଭୁଲ୍ ପାଇଁ ଗୋଟେ,

ପ୍ରାୟଶ୍ଚିତ ବୋଲି ଶବଦ ଗୋଟିଏ ଜୀବନ ଯାଏଁ ତୁ ରଟେ।


କାଳେ କିଛି ପାପ ତୋ ଶୂନ୍ୟ ହୋଇବ ଲିଭିବ ମନରୁ ଦ୍ୱିଧା,

ଆଖି ଲୁହ ଧୋଇ ପ୍ରାୟଶ୍ଚିତ ସାଙ୍ଗେ ମାର୍ଜନା କରିବ ଅଧା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract