ତୁମେ
ତୁମେ
ଗୁଡ଼ିଟିଏ ହୋଇ ପ୍ରେମ ଆକାଶରେ ନିଷ୍ପ୍ରଭରେ ଉଡୁଥିଲି,
ଲଟେଇ ଧରେଇ ଯାହା ହାତେ ଥରେ ନିଜକୁ ସମ୍ଭାଳି ନେଲି ।
ଆକାଶଟା ସାରା ନିଜର କରିବା ମୁକ୍ତେ ରମିବା ଆମେ ,
ଜାଣି ପାରିଛ କି କେହି ନୁହେଁ ପରା ତୁମେ ଖାଲି ତୁମେ ଆଉ ତୁମେ ।
କାତହରା ହୋଇ ଭାସି ବୁଡୁଥିଲି ନିର୍ଜନତା ଭଉଁରିରେ ,
ମଙ୍ଗ ମୋ ସମ୍ଭାଳି ଆହୁଲାଟି ମାରି ଟାଣିନେଲ କୂଳ ପାରେ ।
ପାରାଵାର ସାରା ଆଞ୍ଜୁଳିରେ ଧରି ସାଉଁଟିବା ମୁକ୍ତା ଆମେ,
ଜାଣି ପାରିଲା କି କେହି ନୁହେଁ ପରା ତୁମେ ଖାଲି ତୁମେ ଆଉ ତୁମେ ।
ଡେଣା ଝାଡି ବୁଲି ମତୁଆଲା ହୋଇ ଭଉଁରିଟି ପରି ଉଡେ,
ତୁମ ପରି ଫୁଲ ଗର୍ଭୁ ଝରି ମହୁ ମଦିରାରେ ଯେବେ ବୁଡେ।
ଝରି ଥୋପ ଥୋପ ରେଣୁ ଦେହେ ମୋର ମିଠା ରଙ୍ଗ ଆସ୍ତେ ଜମେ,
କେହି ନ ଜାଣୁ ଜାଣିତ ପାରିଲ ସେ ଏକା ତୁମେ ଆଉ ତୁମେ ଖାଲି ତୁମେ।

