ଭୁଲ ଠିକଣା
ଭୁଲ ଠିକଣା
1 min
108
ଅଜାଣତେ ମନେ ମନେ ଭାବି ବସିଥିବା ଶବ୍ଦ ସବୁ ଆଙ୍କିଦେବି ,
ଯେଉଁ କାଗଜ ପରସ୍ତ ଭିତରେ ,
ସବୁ ଶିରା ଯାହା ପାଇଁ ଉଦବେଳିତ।
ସେ ଏବେ କୋଉଠି କାହା ଅଙ୍କନରେ ମୁଁ ବି ଜାଣେନା,
ଆନ୍ଦୋଳିତ ପ୍ରେମ ଭାଷା କମ୍ପନ କରି କେତେ ସୁର ,
ତା ଘୁଙ୍ଗୁର ମୂର୍ଛନାରେ ପ୍ରଣବନ୍ତ କରି ରଚନା କରେ ବିଭାବର।
ସବୁ ଭାବି ଲେଖିଦେଲି ଅନେକ ସେ କଥା ,
ଚାଲିଲି ଡାକଘର ନାଲି ଡବା ପାଖ ଅକ୍ତିଆର।
ସଭିଙ୍କ ଆଢୁଆଳେ ଲୁଚେଇ ପତ୍ର କୁ ଫାଙ୍କ ଦେଖି ଢାଳିଲି।
ମାତ୍ର କେଇ ଦିନ ଅନ୍ତରରେ ସନ୍ଧ୍ୟା ନୀରବରେ ,
ଫେରି ଆସି ଡାକବାଲା ଚିଠି ଖଣ୍ତିକରେ।
ଶେଷରେ କହିଗଲା ଚିଠି ଠିକଣା ଅଜଣା,
ଏଣୁ ବହୁଡ଼ିଲା ତୁମ ପାଶେ ହୋଇ ବାଟବଣା।
