STORYMIRROR

shibananda barik

Others

3  

shibananda barik

Others

ମାଟି ଘର

ମାଟି ଘର

1 min
387


ଯେଉଁ ରାଇଜରେ ଜନମ ମୋର,

ଝାଟି ମାଟି କାନ୍ଥ ଚାଳ ଛପର।

ଉପର ନଡ଼ାକୁ ତଳ ଗୋବର ,

ତଳେ ଗଡ଼ିଗଲେ ଲାଗେ ଜବର।


ଘର ଚାରିପାଖେ ଘାସ ଗାଲିଚା,

ଫୁଲ ଫଳ ଭରା ନୀଳ ବଗିଚା।

ଅଗଣା ଟି କାଚ ଆଇନା ପରି ,

ଜହ୍ନ ଆଲୁଅରେ ଲାଗେ ସୁନ୍ଦରୀ ।


ବୋଉ ମୋର ନିତି ପୁରାଣ ଘରେ,

ଧୂପ ଝୁଣା ଦୀପ ଆଳତି କରେ ।

କୋଠଘର ଆମ ଅମାର ଖଣି ,

ଧାନ ମୁଗ ବାପା ରଖନ୍ତି ଗଣି।


ରୋଷେଇ ଘରେ ମୋ ମାଟିର ଚୁଲି ,

ଏଣ୍ଡୁରି କାକରା ପୋଡ଼ା ଚକୁଳି ।

ଶାଗ ଖରଡାକୁ କଲରା ଭଜା,

ଖେଚୁଡ଼ି ଡାଲମା ଆହା କି ମଜା।


ଚାଳ ରୁ ଝରିଲେ ବରଷା ପାଣି,

କାଗଜ ଡଙ୍ଗାଟି ଭସାଏ ପୁଣି ।

ମାଟି ଘର ଟିରେ ପରାଣ ମୋର,

ଘର ନୁହେଁ ଏ ତ ସରଗ ପୁର।



Rate this content
Log in