ଲୋକହସା
ଲୋକହସା
ଜଞ୍ଜାଳ ମୟ ଦୁନିଆରେ ଖାଲି
ହାହୁତାଶ ର ବହ୍ନି
ମନ ଉପବନ ଯାଏ ଜଳି ପୋଡି
କିବା ଦିବସ ରଜନୀ ।
ସାଉଁଟିଲି ଯେତେ ପାଇବି ବୋଲି ମୁଁ
ନିର୍ଝରିଣୀ ସ୍ନେହ ଝର
ସ୍ମୃତିର ପଟରୁ ଗଲାଲିଭି ଲିଭି
ସଭିଏଁ ହୋଇଲେ ପର ।
ଆଜି କଥାଟିଏ କାଲିକିନଥିବ
ଡେଣା ଝାଡ଼ି ଉଡି ଯିବ
ନିଜ ପରିଚୟ ସ୍ୱକ୍ଷର ଦେଇ
କାଲି କି ଅଲୋଡ଼ା ହେବ ।
ଝଙ୍କାଳିଆ ଏହି ପ୍ରେମର ପତ୍ରରେ
ଲେଖିଛି ଅଲିଭା ଚିଠି
ସ୍ୱାର୍ଥ ପରତା ର ଚାବୁକ ପ୍ରହାରେ
ଫାଟିଯାଏ ମୋର ପିଠି ।
ଯେତିକି କହୁ ଛି ମୋର ମୋର ବୋଲି
ସେତିକି ପାଉଛି ସଜା
ଲୋକ ହସା ହେବି ଦୁନିଆ ଦାଣ୍ଡରେ
ଦେଖୁ ଥିବେ ଲୋକେ ମଜା ।