STORYMIRROR

Chinmaya Kumar Nayak

Abstract

3  

Chinmaya Kumar Nayak

Abstract

ବର୍ଷା ଆସେ

ବର୍ଷା ଆସେ

1 min
205

 ଏଇ ଦେଖ

ବର୍ଷା ଓହ୍ଲାଇ ଆସେ କେମିତି ଅତି ସନ୍ତର୍ପଣରେ

ଦିଗନ୍ତର କାନ୍ଥକୁ ଆଉଜି

ଓଦା ଶୁଖା ଯେତେ ସବୁ ହୃଦୟକୁ ଛୁଇଁ। 


ଏକ ଲୋଭନୀୟ ଆର୍ଦ୍ରତାର

ବତୁରା ଭାବପ୍ରବଣତାରେ

ଚେଇଁ ଉଠେ ନିଦ୍ରିତ ଚେତନା

ଅଚାନକ ଅନ୍ୟମନସ୍କ ହୁଏ

ସମାହିତ ହୋଇ ଆସୁଥିବା ମନ ଗୁଡ଼ିକ

କେଉଁ ଏକ ଛାଡ଼ି ଆସିଥିବା

ଅତୀତକୁ ଫେରିଯିବା ପାଇଁ। 


କଡ଼ ଲେଉଟାଏ ସମୟ

ଦରାଣ୍ଡି ପକାଏ କେତେ କଣ

ଅଭୁଲା ମୂହୁର୍ତ୍ତ ମାନଙ୍କର ଗଦା ଭିତରୁ

ବର୍ତ୍ତମାନର ଶୂନ୍ୟସ୍ଥାନ ସବୁ

ଭରିଦେବା ପାଇଁ। 


କିନ୍ତୁ ଏକ ମୋହାସକ୍ତ ଶୂନ୍ୟତା ଛଡ଼ା

ଆଉ କିଛି ମିଳି ନଥାଏ

ଏ ବର୍ଷା ଛାଡ଼ିଗଲା ପରେ

ବାସ୍ ଯାହା ଥାଏ 

ତାହା ଏକ ନିଶାଗ୍ରସ୍ତ ଚେତନାର

ମତୁଆଲା ଆବେଗରୁ ଟିକେ

ବର୍ତ୍ତମାନକୁ ଭୁଲିଯିବା ପାଇଁ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract