ଶବ୍ଦ
ଶବ୍ଦ
କବିଟିଏ ଭାବୁକଟିଏ
ଅନ୍ତଃସତ୍ତ୍ୱା ଶବ୍ଦଙ୍କ ମେଳରେ
ଉଠୁଥାନ୍ତି ପଡୁଥାନ୍ତି କହୁଥାନ୍ତି ମଧ୍ୟ
ଚକା ଚକା ଭଉଁରୀ ତୁମେ କେଡ଼େ ସୁନ୍ଦରୀ
ଆବର୍ତ୍ତର ଗର୍ତ୍ତ ଗହ୍ୱର ଭେଦୀ
କେବେ ପୁଣି ଲାଭା ଭଳି ଛିଟିକି ପଡନ୍ତି
ସତେ କେଡ଼େ ନିଆରା କବିଟିଏ
ସଂସାର ସମାଜ ଚ୍ୟୁତ ସରଳ ମଣିଷ
ଦେଖଣା ହାରିଏ ବୋକା ଭାବିଥାନ୍ତି
ହେଲେ କିନ୍ତୁ ବ୍ରହ୍ମା ଭଳି ସୃଷ୍ଟି କରିପାରେ
ବିଶାଳ ତତ୍ତ୍ୱକୁ ଘନ ଅନ୍ଧକାରେ
ଦିନେ ପୁଣି ସାରଥି ହୋଇ ରଥ ନେଇ
ମଧୁମୟ ପ୍ରେମ ବାଣ୍ଟିପାରେ
ପ୍ରେମ ପିରାମିଡ୍ ଚଢି ଭୂମିରୁ ଭୂମାକୁ ଛୁଇଁ ପାରେ
ସ୍ୱର୍ଗ ମର୍ତ୍ତ୍ୟ ପାତାଳ ଅଣ୍ଡାଳି ଅଣ୍ଡାଳି
କାକରୁ କାଳାତୀତ ଛୁଇଁ ପାରେ
ସ୍ୱପ୍ନ ସବୁ ମଧୁବନେ ଦୋଳି ଖେଳୁଥାନ୍ତି
ଭାବନାର ବ୍ୟେମେ ଜାତି ଜାତି ପକ୍ଷୀଙ୍କ ମେଳରେ
ପାଖ ପଡିଶାକୁ ଡାକି ହାକି
ପିଲାଙ୍କ ଭଳି ଧାଡିରେ ଥାଆନ୍ତି
ନାଇଟକ୍ଲବରେ କେବେ ମିଶିଗଲା ପରେ
ସଭିଏଁ କହନ୍ତି ଦେଖରେ ଦେଖ
ଭଲକି ଦେଖ ଶବ୍ଦ ଆଉ ଶବଦ କରୁନି
ଗଳାମାଳି ହୋଇ ଗଳାରେ ଝୁଲିଛି
ପରସ୍ପର ଯୋଡ଼ି ଯାଡି ହୋଇ
ଶୀତରାତି ନିଆଁ ପୁହାଁଉଛି ।।