STORYMIRROR

Smita Rani Barik

Classics

3  

Smita Rani Barik

Classics

ଆତ୍ମଚିନ୍ତନ

ଆତ୍ମଚିନ୍ତନ

2 mins
194



ଶେଷ ରୁ ଆରମ୍ଭ ଆଉ ଆରମ୍ଭରୁ ଶେଷ 

ବୃତ୍ତଟିର ପୂର୍ଣ୍ଣାଙ୍ଗ ଗତି ପଥେ ଅନେକ ବିଭକ୍ତି

ଅକ୍ଷାଂଶ ଦ୍ରାଘିମା ଛେଦ ମେଞ୍ଚା ମେଞ୍ଚା ନକ୍ଷେତ୍ର ଓ ଗ୍ରହ

ତା ମଧ୍ୟରେ ଏଇ ଏ ଜୀବନ,

ପ୍ରକୃତିର ଧୂସର ପୃଥିବୀ ମଧ୍ୟେ ସବୁଜିମା ଭରା ଦୃଶ୍ୟ

କଳ କଳ ନାଦ ଛନ୍ଦେ ଝରଣାର ନୃତ୍ୟରତା ଚାଲି

ପାହାଡି ପଲ୍ଲୀ ମଧ୍ୟରୁ ସନ୍ଧ୍ୟା ପରେ ମାଦଳର ଶବ୍ଦ

ସାଗର ବେଳା ତଟର ସୂର୍ଯ୍ୟଦୋୟ ଅସ୍ତଗାମୀ ଛିଟା

ମନ ଦେହେ ଅଛି ଗୋଟେ ନିଜ ଉପବନ ନିବୃତ କାନନ।

ଭାବିବି ନଥିଲି କେବେ ଏଡେଶୀଘ୍ର ଭାଙ୍ଗିଯିବ ପାହାନ୍ତିଆ ସପନଟା

ଶୀତୁଆ ଶୀତୁଆ ରାତି ଏକାଏକା କରିରଖେ ଆଲିଙ୍ଗନ ମୋତେ

ଦୁଃସ୍ବପ୍ନର ଆଇନାରେ କୁଢ଼ କୁଢ଼ ଶବ ଚିତା ଭରା ନିଆଁ

ଚାନ୍ଦ ବି ଲୁଚିଗଲାଣୀ କେତେ ବେଳୁ ପାହାଡ଼ ଉହାଡେ

ରାତ୍ରି ଚର ଶୃଗାଳଙ୍କ ହୁ କେ ହୋ ରଡି ଶୁନଶାନ୍ ମଧ୍ୟୁ

ନିସ୍ତବ୍ଦ ନିଥର ଲାଗେ ଅତୀତଟା ଚେତନାର ଉତ୍ସକ ଭାବନା,

ଯାହାସବୁ ସାଇତିଛି ଜୀବନର ଅଫେ୍ରା ସାଉଁଟା ଗାଥା

ମଖମଲି କପଡ଼ାରେ ବାନ୍ଧି ନିଶ୍ଵଂଗ ର ହୃଦ ସିନ୍ଦୁକରେ

ନିଛକ ସତ୍ୟରେ ବନ୍ଦୀ ଆତ୍ମୀୟଙ୍କ ତାଛଲ୍ୟ ଭରା ରଜ୍ଜୁରେ

ରାଧା ସିନ୍ଦୂର ଦେଇଣ ଯାହାକୁ ମୁଁ କରିଥିଲି ଦିନେ, ରକ୍ତିମ କିରଣ ଅଭା

ବାରବୁଲା ଫକୀରକୁ କେବେ କେବେ ଅଣଦେଖା କରେ ମଥାର ସିନ୍ଦୂର

ସେ ଆଜି ଶକୁନିର ପଶାପାଲ୍ଲୀ ମଧ୍ୟେ ନିର୍ଦ୍ଦୋଷ ରେ ବିବସ୍ତ୍ର ଉଲଗ୍ନ ,

ସାମନ୍ତ ବାଦ୍ ର ତରବାରୀ ଯୁଦ୍ଧ ମଧ୍ୟେ ମୁଁ ଆଜି ନିସ୍ତେଜ୍ ମଉନ।।

ମୋର ବି ସ୍ବପ୍ନ ଗୋଟେ ଥିଲା ସେମାନଙ୍କ ପରି ଅକୁହା ଆବେଗ

ଟିକି ଟିକି ତାର ଫୁଲେ ସଜେଇ ସେ ରଙ୍ଗ ଲେଖିବାକୁ ଅରୁନ୍ଧତୀ କାବ୍ୟ

ଜହ୍ନର ଜୋଛନା ମୋତେ ହ

ାତ ଠାରି ଡାକୁଥିଲା ନଈ ପଠା ଝାଉଁ ବଣେ

ଭାରାକ୍ରାନ୍ତ ଲାଗେ ଆଜି ଉଦିଆ ଚାନ୍ଦ ଦେଖିଲେ ସ୍ଥିର ଏକ ପାଷାଣର ମନ

ଏଣେ ତେଣେ ବୁଲି ଦେଖେ ଶତାବ୍ଦୀଟା ପାଇଁ ନୀରବ ସ୍ପନ୍ଦନ,

ପୋହଳା ଦ୍ଵୀପକୁ ଯେବେ ତାରୀ ମେଲି ଯାଉଥିଲି ସୌଦାଗର ସାଜି

ହାତୀ ଘୋଡ଼ା ସାଥେ ଧରି ଲଢ଼ିବାକୁ ମହାରଥୀ ସାଜି ଜୀବନର ବାଜି

ପ୍ରଂଶସଙ୍କ ଥିଲେ ଏଇମାନେ ଆଜି ଯେ ନିନ୍ଦୂକ କଉଡ଼ି ଖେଳରେ ନଗ୍ନ ଭାଗିଦାରୀ,

ଅଲୋଡା ଆଲେଖା ଏକ ରିକ୍ତ କାଗଜ ର ଆତ୍ମଲିପି ଲେଖେ ଅଦୃଶ୍ୟ ଭାବରେ

ଆଖିର କୁହରେ ମନ କଲମରେ ଆତ୍ମ ଚିନ୍ତନ ଗାଥାର ସ୍ମୃତି ସମାଧିରେ

ଆଜି ବି ବୁଝି ପାରୁନି,କାହିଁକି ଖସିଲା ଗୋଡ଼ ଘନ ଶିଉଳି ର ପଥେ

ପାରିଜାତ ତୋଳୁ ତାେଳୁ ମାେ ସ୍ବପ୍ନର ନନ୍ଦନ ବନ ରେ।।

ପତ୍ର ଝାଡା ପରେ ଥୁଣ୍ଟା ବୃକ୍ଷେ ଆତ୍ମୀୟ ସଦନ ପ୍ରିୟା ପ୍ରିୟଜନ

ନିଶ୍ୱତାର ଭରଷା ବିହୀନ ମରୁ ସାହାରାର ବେସାହାରା ରୂପ

ବୟସର ଅପରାହ୍ନ ଝାଉଳା ମନରେ ଗ୍ରୀଷ୍ମର ପ୍ରକୋପ ମୂର୍ଗତୃଷ୍ନା ପରି,

ଅମଡ଼ା ବାଟ ରେ ପାଦ ଥାପୁ ଥାପୁ କେତେବେଳେ ବୋହିନେବେ ଛଅ ଖଣ୍ଡି ବାଉଁଶରେ

ରକ୍ତ ମାଂସେ ବନ୍ଧ ମୋର ଅଣ ନିଶ୍ୱାସି ବଂଶଜ କୁମ୍ଭୀର କାନ୍ଦଣା କାନ୍ଦି ରାମ ନାମ ଧରି,

ଚହଲା ପାଣିର ଢେଉ ଜୀବନ ର ସାର ତତ୍ତ୍ଵ ଆଜି ଯେ ରାଜନ୍ଦ୍ରାସନ କଲି ସେ ଭିକାରୀ

ମାଟିର ମଣିଷ ଦିନେ ମାଟି ଘଟ ସହ ମିଶି ମାଟିରେ ମିଶିବ ପଞ୍ଚତାତ୍ତ୍ଵ ଛାଡ଼ି

ଅର୍ଜିତ ସମ୍ପତି ତାର ସାଥେ ନେଇ ଯିବ ସୂକ୍ଷ୍ମ ଭାବେ କର୍ମ ଫଳ ନବ ସୂର୍ଯ୍ୟ ଦୋୟେ 

ଭରା ନଈ ସୁଏ ତୋ ନାଉକା ନିଜେ ତୁ ବାହିନେ ଉଦାସୀ ସଙ୍ଗୀତ ଗାଇ ଯଦି ହେବୁ ପାରି।।

      




Rate this content
Log in

Similar oriya poem from Classics