Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

bibhutibhusan majhi

Classics Others

4.7  

bibhutibhusan majhi

Classics Others

ବଡ଼ଦାଣ୍ଡ ହାଟ

ବଡ଼ଦାଣ୍ଡ ହାଟ

1 min
237



ନଟବର ନାଟ ଲଗାଇଛ ହାଟ

    ବସାଇଛ ସିନ୍ଧୁତଟେ

ରଥର ଦଉଡ଼ି ଲଗାଇଣ ଭିଡ଼ି

    ନେଉନ କାହିଁକି ମୋତେ?

ମନେ ଅରମାନ ହେ ଚକାନୟନ!

    ଦେଖିବି ରକ୍ତ-ଅଧର

ଅଧିର ଏ ମନ ଅଧୁରା ସପନ

    ହାଟେ ହୋଇବ ସାକାର ।

ଦେଖିବି ଭକତେ ପ୍ରେମ ଅନୁରକ୍ତେ

    ବାହୁ ତୋଳି ନୀଳ ନଭେ

ବାଇ ଖୋଳ ତାଳ ଗୁଣ ଗାନେ ଭୋଳ

    ହାଟେ ଲୀଳା ରଚୁଥିବେ ।

ମୋହନ ବଂଇଶି ନେଉଥିବ ରସି

    ତନ ମନ ଚଇତନେ

ତୋ କଳା ଶ୍ରୀମୁଖ ଆଣିବ ଗୋଲକ

    ବଡ଼ଦାଣ୍ଡ ହାଟ କୋଣେ ।

ସନ୍ତାପିତ ମନ କରି ବିପଣନ

    କରୁଣା-ହାଟରେ ତୋର

ପ୍ରେମେ ଆପ୍ଯାୟିତ ଭକ୍ତିରେ ପ୍ଳାବିତ

    କିଣିବ ନିର୍ବାଣ ଡୋର ॥


      


Rate this content
Log in

Similar oriya poem from Classics