STORYMIRROR

Bibhutibhusan Majhi

Classics Others

3  

Bibhutibhusan Majhi

Classics Others

ବଡ଼ଦାଣ୍ଡ ହାଟ

ବଡ଼ଦାଣ୍ଡ ହାଟ

1 min
265


ନଟବର ନାଟ ଲଗାଇଛ ହାଟ

    ବସାଇଛ ସିନ୍ଧୁତଟେ

ରଥର ଦଉଡ଼ି ଲଗାଇଣ ଭିଡ଼ି

    ନେଉନ କାହିଁକି ମୋତେ?

ମନେ ଅରମାନ ହେ ଚକାନୟନ!

    ଦେଖିବି ରକ୍ତ-ଅଧର

ଅଧିର ଏ ମନ ଅଧୁରା ସପନ

    ହାଟେ ହୋଇବ ସାକାର ।

ଦେଖିବି ଭକତେ ପ୍ରେମ ଅନୁରକ୍ତେ

    ବାହୁ ତୋଳି ନୀଳ ନଭେ

ବାଇ ଖୋଳ ତାଳ ଗୁଣ ଗାନେ ଭୋଳ

    ହାଟେ ଲୀଳା ରଚୁଥିବେ ।

ମୋହନ ବଂଇଶି ନେଉଥିବ ରସି

    ତନ ମନ ଚଇତନେ

ତୋ କଳା ଶ୍ରୀମୁଖ ଆଣିବ ଗୋଲକ

    ବଡ଼ଦାଣ୍ଡ ହାଟ କୋଣେ ।

ସନ୍ତାପିତ ମନ କରି ବିପଣନ

    କରୁଣା-ହାଟରେ ତୋର

ପ୍ରେମେ ଆପ୍ଯାୟିତ ଭକ୍ତିରେ ପ୍ଳାବିତ

    କିଣିବ ନିର୍ବାଣ ଡୋର ॥


      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics