ସ୍ଵପ୍ନରେ ସତ
ସ୍ଵପ୍ନରେ ସତ
ନିଦ୍ରାରତ ଅବସ୍ଥା
ସ୍ଵପ୍ନରେ ହଜିବାର ସୋପାନ
ସ୍ବପ୍ନ ଥିଲା ଏକ ଅଜଣା ପଥ
ନିହାତି ଏକୁଟିଆ ,ନିଜକୁ ନିଜେ ଦେଖୁଥିଲି
କେହି ନିଜର ଲୋକ ନ ଥିଲେ ।
ଚାରିଆଡେ ଚାହିଁଲି
କାହାର ଦେଖା ନାହିଁ
କିଛି କହୁଥିବା ର ଏକ ସ୍ଵର ଶୁଣା ଗଲା
ଭୟ ଓ ଆଶ୍ଚର୍ଯ୍ୟ ଲଗୁଥିଲା l
ଏଠି କାହାକୁ ଖୋଜୁ ଅଛ, ସ୍ଵର ର କଥା
ଏଠି ଶୂନ୍ୟତା ଓ ଶାନ୍ତି
କାହାର ସମର୍ଥନ ଏଠାରେ ନାହିଁ
ସମର୍ଥନ କଣ କରିବ ?
ସମର୍ଥନ ଆଢ଼ୁଆଳେ ସମ୍ମୁଖରେ ପ୍ରଶଂସା
ପିଠି ପଛରେ ଛୁରୀ ମରା କାମ।
ସାଥୀ ପାଇଲେ କଣ କରିବ ?
ରୋଜଗାର ନ ଥିଲେ କେହି ଗୁରୁତ୍ଵ ଦେବେନି
ଆଦାୟ କମ୍ ହେଲେ ବି ତିରସ୍କାର
ସୁଖ ବେଳରେ ସଭିଏଁ ଆପଣାର
ଦୁଃଖରେ କେହି ସାଥୀ ହେବେନି ।
ଭୟ ଭୟରେ ପଚାରିଲି
ଠିକ୍ ରେ କୁହ, ମୁଁ କେଉଁଠି
ଯାହା ଶୁଣୁଛି ତ ସତ କଥା
ହେଲେ, କିଛି ଉପଦେଶ ମିଳୁ
ହୁଏତ,କିଛି କାମରେ ଆସିବ ।
ଯେଉଁଠି ରହିବା ଯୋଗ୍ୟ,ସେଠାରେ
ସ୍ୱର କହି ଚାଲିଥିଲା
ସ୍ଵପ୍ନରେ ସ୍ଵପ୍ନ-ଲୋକ ରେ ଘୁରୁଛ
ସକାଳ ହେବାକୁ ଯାଉଛି
ତୁମ ଦୁନିଆ ଆରମ୍ଭ ହେବ
ଭାବିଚିନ୍ତି ପାଦ ପକାଅ
ଏ ଦୁନିଆ କେବେ ବି ତୁମର ନୁହେଁ
କେହି ବି ତୁମର ନୁହେଁ।
ସକାଳର ଥଣ୍ଡା ପବନରେ
ସ୍ବପ୍ନ ଉଭେଇଗଲା,ଦୁନିଆ ବି ପ୍ରସ୍ତୁତ
ଏବେ ପାଦ ବଢ଼େଇ ଆଗକୁ ଯିବାକୁ ହେବ
ସ୍ବପ୍ନ କଥା ସତ ହେଲେ ବି ଉପାୟ ନାହିଁ
ଭାବିଲେ ପାଦ ଅଟକି ଯିବ
ତଥାପି ସତର୍କ ସହିତ ଆଗକୁ ଆଗକୁ ।