STORYMIRROR

Bidyadhar Mantry

Classics Inspirational Others

4  

Bidyadhar Mantry

Classics Inspirational Others

ଉପହାର

ଉପହାର

1 min
8


ଉପହାର ସ୍ବରୂପ ଏଇ ଜୀବନ

ପ୍ରାପ୍ତ ବିଭୁ କୃପା ବଳେ

ଦୁର୍ଲ୍ଲଭ ମଣିଷ ଜୀବନ ଅବଶ୍ୟ 

ସର୍ବ ଜୀବ ଜନ୍ତୁ ମେଳେ

ଅପରୂପ ଶୋଭା ଧରଣୀ ବକ୍ଷରେ 

ଅନବଦ୍ୟ ଉପହାର

ଶିଶୁ ମୁଖେ ଅମୃତର ଧାରା ରୂପେ

ମାତୃ ସ୍ତନ୍ୟ ଉପହାର

ଶ୍ରେଷ୍ଠ ଉପହାର ରୂପେ ମାତୃ ସ୍ନେହ

ଜୀବନ ଅୟମାରମ୍ଭେ

କ୍ରମେ ବାଲ୍ୟ ବନ୍ଧୁ ମେଳେ ଖେଳ

ପରେ ଗୁରୁ ବିଦ୍ୟାରମ୍ଭେ


ଉପହାର ଭରା ଜୀବନରେ କ୍ରମେ

ଉପହାର ଲାଳସାରେ

ପ୍ରେମର ମଳୟ ବହେ ଉପହାରେ 

ଉପହାର ମାଧ୍ୟମରେ

ସ୍ନେହ ପ୍ରେମ ପ୍ରୀତି ର ରାଗିଣୀ ତୋଳି

ଉପହାର ସହକାରେ

ହୃଦୟ ର ଭାବ ଉଷୁମ ଚୁମ୍ବନେ

ଅବା ଫୁଲ ଉପହାରେ


କ୍ରମେ ଜୀବନ ଜୀବିକା ଧାରେ ଧାରେ 

ଉପହାର ର ସମ୍ଭାର

ଉପହାର ବିନା ଅଧୁରା ରହୁଛି

ପ୍ରାୟତଃ ପ୍ରତି ବ୍ୟାପାର

ଭଉଣୀର ନାକ ଫୁଲା ଅଭିମାନ

ଉପହାର ବିନା ରାକ୍ଷୀ 

ଘରର ଘରଣୀ ବୁଲେଇ ବଙ୍କେଇ

ଉପହାର କୁ ନିରେଖି

ଚଳନ୍ତି ଶିଶୁଙ୍କ ଉପହାର କଥା

ପ୍ରାୟ ପ୍ରତି ମୁହୂର୍ତ୍ତରେ

ସାଙ୍ଗ ସାଥି ତଥା ସାହି ପଡୋଶୀଙ୍କ

ଉଦାହରଣ ଆକାରେ

ଉପହାର-ମୟ ଜୀବନ ଯାତ୍ରାରେ 

ଉପହାର ସଂଜ୍ଞା କହେ

ଦାତା ହିଁ ମହାନ ସବୁ ସମୟରେ

ଏ କଥା ଅନ୍ୟଥା ନୁହେଁ 


ଉପହାର ରେ ମିଳିଛି ଏ ଜୀବନ 

ସାଥେ ସ୍ନେହ ପ୍ରେମ ପ୍ରୀତି

ଆଢ଼ୁଆଳେ ମିଛ,ଘୃଣା ,ଅପରାଧ

ସମ ଅଛି କାଳ ରାତ୍ରୀ 

ଈଶ୍ୱରଙ୍କ ଉପହାର ଏ ଜିବନ

ସାଇତି ରହୁ ଯତ୍ନରେ

ଉପହାର ପଛେ ସ୍ନେହ ପ୍ରେମ ପ୍ରୀତି

ଭାବ ରହୁ ହୃଦୟରେ

ସ୍ବାସ୍ଥ୍ୟ ଓ ସୁସ୍ଥତା ପାଇଁ ଉପହାର

ଯୋଗ ଯେପରି ନିଦାନ

ଉପହାର ରୂପେ ଭକ୍ତି ରଖି ହୃଦେ

ପ୍ରଭୁ ପାଦେ ହେଉ ଲୀନ ।।


Rate this content
Log in

Similar oriya poem from Classics