STORYMIRROR

Bidyadhar Mantry

Drama Classics Others

4  

Bidyadhar Mantry

Drama Classics Others

ପୂଜିତା ହେଉ ସେ ମାତା

ପୂଜିତା ହେଉ ସେ ମାତା

2 mins
16


ମା' ଶବ୍ଦର ତୁଳନା ଅବା ବିକଳ୍ପ

ନାହିଁ ଏ ଧରା ଧାମରେ

ମାଟିରୁ ଆକାଶ ପ୍ରତିଧ୍ଵନି ଶୁଭେ

ଶବ୍ଦ ନାହିଁ ବର୍ଣ୍ଣିବାରେ 

ପରିବାର ବର୍ଗ ସେବାରେ ଜୀବନ

ସମର୍ପିତ ଅବିରତେ

ସନ୍ତାନର ଅଳି ଅର୍ଦ୍ଦଳି ସହିବା

ପଣ ତା'ର ହୃଦ ଗତେ 

ସ୍ନେହ ଶ୍ରଦ୍ଧା ସହ ଅନାବିଳ ପ୍ରେମ 

ଛଳନା ବିହୀନ ପ୍ରାଣ

ବଳିଦାନର ମୂର୍ତ୍ତିମନ୍ତ ପ୍ରତୀକ

ସନ୍ତାନ ହିଁ ତା'ର ପ୍ରାଣ 

ମାଆ ଉଚ୍ଚାରଣେ ଅମୃତର ସ୍ଵାଦ

ଉପଶମ ହୁଏ ଦୁଃଖ

ଆପଦ ବିପଦ ଦୁଃଖ ସମସ୍ୟାରେ

ଆପେ ଉଚ୍ଚାରଇ ମୁଖ

ଅଯାଚିତ ସ୍ନେହ ମମତା ସହିତ

ନିଃସ୍ଵାର୍ଥପର ସେବାରେ

ସେବା ଅର୍ଥେ ଜୀବନକୁ ସମର୍ପିତ 

ଘର-ସନ୍ତାନ ହିତରେ


ପୁରାଣ ଓ ଇତିହାସ ମୂକ-ସାକ୍ଷୀ

ଅଛି ଯୁଗ ଯୁଗ ଧରି

ସୃଷ୍ଟି କର୍ତ୍ତା ପୁଣି ଅବତାର ବେଳେ

ମାତୃ ଗର୍ଭକୁ ଆବୋରି

ଦେବତା ହୋଇ ବି ଜନ୍ମ ଲଭିଛନ୍ତି

ସେହି ଜନନୀ ଜଠରେ 

ମାଟି ମାଆ କୋଳେ ମାଟି ଧୂଳି ଖେଳେ 

ବୋଳି ଧୂଳି ଶରୀରରେ

ମାଆ ପଣତରେ ଧୂଳି ଝାଡି ଦେଇ

ଆକଟ କରିଛି କେତେ

ପର ମୁହୂର୍ତ୍ତରେ ଲୋତକର ଧାରେ

ଆଦରି ନେଇଛି ସେତେ

ମାଟି ମାଆ ପରି ସର୍ଵଂସହା ମାଆ 

ଅସୀମ ସହିବା ଶକ୍ତି 

ଅଝଟ ଚଗଲା ଅମାନିଆ ପିଲା

ହୃଦୟକୁ ପାରେ ଜିତି 


ଲୁହ ଧାର ଯେବେ ମାଆ ନୟନର 

କୋଣରୁ କ୍ରମଶଃ ଝରେ

ଅବାଧ୍ୟ ଦୁଷ୍ଟାମୀ ପିଲାଳିଆ ଭାବ

ଭାସି ଯାଏ ଲୁହ ଧାରେ 

ଜହ୍ନ ମାମୁଁ କାଉ ବାୟା ଡାକି ଡାକି

ହାତରେ ଦିଏ ଖୁଆଇ 

ନିଦ ନ ଆସିଲେ ମନ ଗଢ଼ା କଥା

କହେ ପିଠି ଥାପୁଡ଼େଇ 

ଅସୁସ୍ଥତା ବେଳେ ଖିଆପିଆ ଭୁଲି

ଥାଏ ପାଖେ ଦିନରାତି

ଗୋଡ଼ ହାତ ଦେହ ମୁଣ୍ଡକୁ ଆଉଁସି

ଜଗି ବସଇ ସମ୍ପ୍ରତି

ପ୍ରାୟ ସବୁ ଦେବା ଦେବୀଙ୍କୁ ମନାସି

ଆରୋଗ୍ୟ କାମନା କରେ 

ଅସୁସ୍ଥ ଶରୀର ମମତାର ଧାରେ

ସୁସ୍ଥତା ପ୍ରକାଶ କରେ


ସଭ୍ୟତାର କ୍ରମ ବିକାଶ ଧାରାରେ

ପ୍ରତି କ୍ଷେତ୍ରରେ ବିକାଶ

ଜୀବନଚର୍ଯ୍ୟା ବି ସେହି ଆଧାରରେ 

ହେଉଛି ପରିପ୍ରକାଶ

ମାତା ଆଉ ନିଜ ସନ୍ତାନଙ୍କୁ ସ୍ତନ୍ୟ

ପାନ କରାଇବା ଲୋପ

ସ୍ତନ୍ୟ ପାନେ ଯେଉଁ ଅମୃତର ଧାରା 

ପାଉ ନାହିଁ ସେ ନିଷ୍ପାପ

ଶାରୀରିକ ସୌନ୍ଦର୍ଯ୍ୟର ଅବକ୍ଷୟ

ଚାହୁଁ ନାହିଁ ଆଜି ମାତା

ମୋବାଇଲ୍ ଦେଖାଇ ଖୁଆଏ ପିଲାଙ୍କୁ

ନିଜ ସ୍ବାର୍ଥ ପାଇଁ ଚିନ୍ତା

ମା କୋଳେ ରହି ଜହ୍ନ ମାମୁଁ ଡାକ

ପିଲାଏ ପୂର୍ଣ୍ଣ ଅଜ୍ଞାତ

କାଉ ବାୟା ଭୂତ କଥା ମାତା ମୁଖେ

ହେଉନାହିଁ ଉଚ୍ଚାରିତ 


ପରିଣତି ବୟସରେ ଉପନୀତ

ହେଲେ ଜନ୍ମଦାତ୍ରୀ ମାତା

ନିଜର ସନ୍ତାନ କରେ ପରିତ୍ୟାଗ

କ୍ରମେ ହୁଏ ଉପେକ୍ଷିତା 

ଜରାଶ୍ରମ ହୁଏ ନୂତନ ଠିକଣା

ରକ୍ତର ସମ୍ପର୍କ ଦୂରେ

ମାତୃ ଦିବସର ଯଥାର୍ଥତା କେତେ

ଚର୍ଚ୍ଚା ହେଉ ସମାଜରେ !!

ଦିନୁ ଦିନ ବୃଦ୍ଧି ହୁଏ ବୃଦ୍ଧାଶ୍ରମ

ଚଳନ୍ତି ସଭ୍ୟ ସମାଜେ

ଗୋଟେ ଦିନ ପାଇଁ ମାଆ ସ୍ମରଣୀୟ 

ପ୍ରତ୍ୟୟ ହୁଏ ସହଜେ

ନିତି ପ୍ରତିଦିନ ସ୍ମରଣ କରୁଛି 

ଜରାଶ୍ରମେ ରହି ମାତା

ଝୁରି ହେଉ ଅଛି ନିଜ ସନ୍ତାନଙ୍କୁ

ଏ କଣ ସହିବା ପ୍ରଥା??

ଆସିବା ଫେରିବା ବେଳରେ ଉଲଗ୍ନ

ଚିରାଚରିତ ଏ ପ୍ରଥା

ଉଲଗ୍ନ ନ ହେଉ ମାଆର ମହତ 

ପୂଜିତା ହେଉ ସେ ମାତା ।।



Rate this content
Log in

Similar oriya poem from Drama