Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Drama

4  

Bijay Prusty

Drama

ଅନ୍ଧାର ମାଗୁଛି ରାତି

ଅନ୍ଧାର ମାଗୁଛି ରାତି

1 min
271



ଗହନ ନିଦରେ ଦେଖିଲି ତୁମକୁ

ମନ ହୋଇଗଲା ଖୁସି

ତୁମ ଆଲୋକରେ ଅନ୍ଧାର ଲୁଚିଲା

ତୁମେ ଦେଲ ଯେବେ ହସି I


ତୁମେ ମାଗିନେଲ ମୋ ପାଗଳପଣ

ଅନ୍ଧାର ମାଗିଲା ରାତି

ତୁମ ମନତଳେ ନିଜକୁ ପାଇଲି

ଉଛୁଳି ଉଠିଲା ଛାତି I


ଝୁମି ଉଠିଲି ମୁଁ ତୁମ ପ୍ରେମେ ସଖୀ

ଝୁମିଗଲା ମୋ ଦୁନିଆ

ସପନେ ସପନ ସଉଧ ଗଢି ମୁଁ

ତୁମ ଆଗେ ହେଲି ଠିଆ ।


ତୁମଦେଲ ମୋତେ ସରଗସୁଖ ଲୋ

ଆଖିରେ ଭରିଲ ନିଦ

ସପନ ସାଗରେ ଦିଗହରା ହେଲେ

ଯେତେସବୁ ଅବସାଦ I


ଅନ୍ଧାର ଆଖିରେ ଜହ୍ନହେଲ ତୁମେ

ରାତିର ଆଖିରେ ସ୍ୱପ୍ନ

ଜୋଛନା ଓଠରେ ଚୁମାଟିଏ ଦେଲା

ମୋର ପ୍ରୀତିଭିଜା ମନ I


ତୁମ ମୁହେଁ ଥିଲା ହସର ଲହଡି

ଓଠ ଦିଶୁଥିଲା ନାଲି

ତୁମରି ମନର ମହାସାଗରରେ

ମୋ ମନ ଭସାଇ ଦେଲି I

       


Rate this content
Log in

Similar oriya poem from Drama