STORYMIRROR

Ajit Kumar Raut

Drama

4  

Ajit Kumar Raut

Drama

ପ୍ରଭୁଙ୍କ ଦର୍ଶନେ

ପ୍ରଭୁଙ୍କ ଦର୍ଶନେ

1 min
393


ଅଭିଳାଷା ପୂର୍ଣ୍ଣ ହେଲା ହିଁ ଭକ୍ତଙ୍କ

  ପ୍ରଭୁଙ୍କର ଦୟା ହେଲା,

ଶୀରାମ ମନ୍ଦିର ଅଯୋଧ୍ୟାରେ ହୁଏ

  ମନ ଇଚ୍ଛା ପୂର୍ଣ୍ଣ ହେଲା।


ଯାଇ ଥିଲି ମୁହିଁ ଅଯୋଧ୍ୟା ଭୂମିରେ

  କରିବି ପ୍ରଭୁ ଦର୍ଶନ,

ଦୀର୍ଘ ବର୍ଷ ପରେ ମନରଥ ପୂର୍ଣ୍ଣ

  କରିଲି ତାଙ୍କ ଦର୍ଶନ।


ବୃଦ୍ଧ ବୟସରେ ଆତୁରିତ ମନ

  ଦେଖିଲି ଜନମ ଭୂମି,

ଦିବ୍ୟ ଭବ୍ୟ ହୁଏ ରାମଙ୍କ ମନ୍ଦିର

  ଛୁଇଁଲି ପବିତ୍ର ଭୂମି।


ଯାଇଥିଲା ସଙ୍ଗେ ଧର୍ମ ପତ୍ନୀ ମୋର

  ବୃଦ୍ଧ ବୟସ ଟି ତାର,

ଯିବା ପାଇଁ ସେଉ ବିନତି କରିଲା

  ସେଗଲା ସଙ୍ଗେ ମୋହର।


ମନୋରଥ ପୂର୍ଣ୍ଣ ହେଲାଟି ଆମର

  ଡୋର ତାଙ୍କ ଲାଗି ଥିଲା,

ଜୀବନ କାଳରେ କରିଲୁ ଦର୍ଶନ

  ଜୀବନ ପବିତ୍ର ହେଲା।


ରହିଲୁ ସେଠାରେ ତିନି ଦିନ ପାଇଁ

  ଦେଖିଲୁ ଅଯୋଧ୍ୟା ଭୂମି,

ସରୟୁ ନଦୀରେ ସ୍ନାନାଦି କରିଲୁ

  ଦେଖିଲୁ ପ୍ରଭୁଙ୍କ ଭୂମି।


ଭକ୍ତ ହନୁମନ୍ତେ ଦର୍ଶନ କରିଲୁ

  ଶ୍ରଦ୍ଧା ପ୍ରେମ ଭକ୍ତି ଦେଇ,

ମନ ଇଚ୍ଛା ଆମ ପୂରଣା ହୋଇଲା

  ଦେବଙ୍କ ଦର୍ଶନ ପାଇ।


ସେଠାରୁ ଗଲୁ ବିଶ୍ବନାଥ ଧାମେ

  ପୂଜିଲୁ ତାଙ୍କ ଚରଣ,

ପବିତ୍ର ଗଙ୍ଗାରେ ସ୍ନାନକୁ କରିଲୁ

   ପ୍ରେମ ଭକ୍ତି ଶ୍ରଦ୍ଧା ମନ।


ଜୀବନର ସୁଖ ଆନନ୍ଦ ମିଳିଲା

  ପଟାନ୍ତର ନାହିଁ ତାର,

ପ୍ରଭୁଙ୍କ ଦର୍ଶନ ସାକ୍ଷାତ ମିଳିଲା

  ନାହିଁ କିଛି ଦରକାର।


ଅନ୍ତିମ ଇଚ୍ଛାଟି ପୂରଣ ହୋଇଲା

  ନାହିଁ କିଛି ଇଚ୍ଛା ମନେ,

ଦର୍ଶନ କରିଲୁ ପତିପତ୍ନୀ ଆମେ

  ରାମ ରାମ ଗୁଞ୍ଜେ ମନେ।


ବିଚ୍ଛନ୍ନାଚଳରେ ଘରଟି ଆମର

  ମନୋରଥ ପୂର୍ଣ୍ଣ ହେଲା,

ରାମ ରାମ ଗାଇ ଜୀବନ କାଟିବୁ

  ଅନ୍ତିମ ସମୟ ହେଲା।


ଶୀଘ୍ର ଘେନି ଯାଅ ଚରଣେ ତୁମର

  ନାହିଁ ପ୍ରଭୁ ଇଚ୍ଛା କିଛି,

ଜୀବନ ଯାତ୍ରାରେ ସବୁ ପୂର୍ଣ୍ଣ କଲ

  ଦେଇ ଥିଲ ସବୁ କିଛି।


ରାମନାମ ଗାଇ ପ୍ରାଣ ଯାଉ ଆମ

  ମନବାଞ୍ଛା ପୂର୍ଣ୍ଣ କର,

କୃଷ୍ଣ ଜଗନ୍ନାଥ ଜପମାଳି ହେଉ

  ଆଶିର୍ବାଦ ଏହୁ କର।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama