STORYMIRROR

Kabiratna Nutan Kumar Behera

Abstract Drama Action

4  

Kabiratna Nutan Kumar Behera

Abstract Drama Action

ଶ୍ରୀପଞ୍ଚମୀ

ଶ୍ରୀପଞ୍ଚମୀ

1 min
402

ମାଘମାସ ଶୁକ୍ଳପକ୍ଷେ   ପଞ୍ଚମ ଦିନ ତାରିଖେ 

    ପାଳିତ ହୁଏ ଶ୍ରୀପଞ୍ଚମୀ ପୂଜାବିଧି,

ପୂଜି ମାଆ ସରସ୍ଵତୀ  ପାଳୁ ନ୍ୟାୟ ଧର୍ମନୀତି 

   ଆଶିଷେ ତାଙ୍କ ଲଭିବାକୁ ଜ୍ଞାନ ବୁଦ୍ଧି,

       ଜ୍ଞାନ ବିନା ଜୀବନ ହୀନ 

   ସୁଦୟା କରି ସେ କରନ୍ତି ଜ୍ଞାନଦାନ। 


ବୀଣା ହସ୍ତେ ସରସ୍ୱତୀ ତୋଳିଥାନ୍ତି ଜ୍ଞାନ ଗୀତି 

   ସାରା ସଂସାରର ଜନକଲ୍ୟାଣ ଅର୍ଥେ,

ପାଇ ବିଦ୍ୟା ମହାରତ୍ନ    ପଣ୍ଡିତ କରନ୍ତି ଯତ୍ନ 

   ଦାନ କରିବାକୁ ମାନବର ସାମର୍ଥେ,

        ମହତ ଗୁଣ ତ୍ୟାଗପଣ, 

     କୁହନ୍ତି ସର୍ବେ ମହାମୁନି ଋଷିଗଣ।


ବିଦ୍ୟା ଅଧିଷ୍ଠାତ୍ରୀ ଦେବୀ  ଭାବ ଭକ୍ତି ଅନୁଭବି 

   ଧରାଧାମେ ଆସନ୍ତି ଶ୍ରୀପଞ୍ଚମୀ ଦିନ,

ଭକ୍ତଜନ ମନ ଭରି     ଦିଅନ୍ତି ବିଦ୍ୟା ବିତରି 

    ସୁନ୍ଦର କରି ଗଢିବାକୁ ଏ ଜୀବନ।

       ଭାବ ବିନା ଭକ୍ତି ଆସେନା, 

  ଲକ୍ଷ୍ଯପଥେ ରହି ଚାଲେ ତା ଉପାସନା। 


ବିଦ୍ୟା ବୁଦ୍ଧି ଜ୍ଞାନ ସାଥେ ବିବେକ ବିଚାର ମିଶି

   ପଞ୍ଚର ସମନ୍ଵୟେ ହୁଏ ଶ୍ରୀପଞ୍ଚମୀ,

ଏ ଧାରଣା ଧ୍ୟାନେ ରଖି ସୁପଥେ ଚାଲିଲେ ଦେଖି 

   ସୁକୃତି ଲଭେ ମାନବ ଭବେ ଜନମି

       ପାଏ ସୁଖ ଶାନ୍ତି ଆନନ୍ଦ,

     ଦୂର କରି ତାର ମନର ଅବସାଦ।


ଦେବୀମାଆ ବୀଣାପାଣି ମନକଥା ସବୁ ଜାଣି 

    ଆଶୀର୍ବାଦ ଦେଇଥାନ୍ତି ସଦା ଅଜାଡି,

ଶ୍ରମ ସାଧନାରେ ରହି ଦୁଃଖ କଷ୍ଟ ଯେତେ ସହି

    ଜୀବନକୁ ଚାଲିଥାଏ ତାର ସଜାଡି,

       ସୁନାମ କରି ସେ ଅର୍ଜନ,

   ଜଗତ ହିତେ ସାର୍ଥକ କରେ ଜୀବନ।

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract