Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kaustubha Jal

Abstract Drama Tragedy

4  

Kaustubha Jal

Abstract Drama Tragedy

ହେ ବାପୁ ତୁମେ ଚାଲିଗଲା ପରେ

ହେ ବାପୁ ତୁମେ ଚାଲିଗଲା ପରେ

1 min
316


ତୁମ ପ୍ରିୟ ଅତି ଜନନୀ ଭାରତୀ

ଆଜି ତ୍ରାହି ତ୍ରାହି କରେ

ଏ ଦେଶ ଜାତିର ଜନକ ହେବାପୁ

ତୁମେ ଚାଲି ଗଲା ପରେ ।


ଦେଖିଥିଲସ୍ୱପ୍ନ ତୁମ୍ଭ ଥିଲା ମନ

ଗଢିବାକୁ ରାମ ରାଜ୍ୟ

ତୁମ୍ଭ ସେହିସ୍ବପ୍ନ ସ୍ୱପ୍ନରେ ରହିଲା

ଘଟୁଛି ଅନୀତି କାର୍ଯ୍ୟ ।


ଦେଇଥିଲଦୀକ୍ଷା ଗୁରୁ ମନ୍ତ୍ର ଶିକ୍ଷା

ଦୟାକ୍ଷମା ସତ୍ୟବାର୍ତ୍ତା

ଭ୍ରାତୃ ମୈତ୍ରୀ ଶାନ୍ତି ସଦଭାବ ପ୍ରୀତି

ଅହିଂସାର ହୁଏ ହତ୍ୟା ।


ସ୍ୱାର୍ଥ ଦେବତାର ବିକଟ ଚିତ୍କାର

ପୂରେ ନାହିଁ ତା' ଉଦର

ମୋ ମନ ଆତୁର ଶିକ୍ଷିତ ନର ର

ପ୍ରକୃତି ଦେଖି ବର୍ବର ।


ଲଭିଛନ୍ତି ଶିକ୍ଷା ମାତ୍ର ନାହିଁ ଦେଖା

ସଭ୍ୟ ମାନବ ସଂସ୍କାର

ଅଶାନ୍ତିରେ ନିତି ଦିନ ଯାଏ ବିତି

ବଢି ଚାଲେ ଅତ୍ୟାଚାର ।


ନାରୀ ପ୍ରତିଏଠି ପଡେ କୋପ ଦୃଷ୍ଟି

ବସ୍ତୁବାଦୀ ମଣିଷର

ରାଜନୀତି ପାଇଁ ଟଣାଟଣି ହ୍ୱନ୍ତି

ଘୃଣା କରି ପରସ୍ପର ।


ଦେଶ ପ୍ରୀତି ହୁଏ ପ୍ରହସନ ମାତ୍ର

ଶତୃ ହୁଏ ଆପଣାର

ଜାତୀୟ ସଂହତି ମନୁ ଭୁଲି ଯାନ୍ତି

ବସ୍ତୁ ଦାଦୀ ସ୍ଵାର୍ଥ ନର ।


ସ୍ଵାଧୀନତା ବୋଲି କରନ୍ତି ବୋବାଳି

ଦ୍ଵାହି ଦେଇ ସମ୍ବିଧାନ

କରିବାକୁ ଭଙ୍ଗ ଜନନୀର ଅଙ୍ଗ

ରଚୁଛନ୍ତି ଦଙ୍ଗା ମାନ ।


ସ୍ଵାର୍ଥ ମଦେ ଅନ୍ଧ ହୋଇଣଧର୍ମାନ୍ଧ

ଭୁଲି ଅତିତ ଏକତା

ଜାତି ଧର୍ମ ଘେନି ହ୍ୱନ୍ତି ଟଣାଟଣି

ମୋତେ ଲାଗେ ଗୁରୁଚିନ୍ତା ।


ଗଣତନ୍ତ୍ର ଆଜି ସ୍ଵାର୍ଥ ତନ୍ତ୍ର ସାଜି

ହୋଇଅଛି କଳୁଷିତ

ସିଂହ ବଦଳରେ ଶୃଗାଳ ବନରେ

ରାଜା ରୂପେ ବିଭୂଷିତ ।


ତେଣୁ ହେ ବାପୁଜୀ ଆସିଣ ବାହୁଡ଼ି

ଦେଖାଅ କର୍ତ୍ତବ୍ୟ ପଥ

ଭାରତ ନାଆଁରେ ବିଶ୍ଵ ଦରବାରେ

ଗଡିବ ଧରମ ରଥ ।


Rate this content
Log in

Similar oriya poem from Abstract