ନାରୀ
ନାରୀ
ଏତେ ବଡ ଦୁନିଆଁକୁ ଆପଣାର କରି
ମମତା ଡୋରିରେ ବାନ୍ଧେ ସିଏ ଅଟେ ନାରୀ ।
ନାରୀ ଯୋଗୁଁ ଏ ଜଗତ ହୋଇଛି ସର୍ଜନା
ନାରୀ ଯୋଗୁଁ ମୁରୁଖ ଯେ ବ୍ରହ୍ମଲଭେ ସିନା ।
ବାତ୍ସଲ୍ୟ ସ୍ନେହ ମମତା ରସ ନାରୀଙ୍କର
ତାଙ୍କ ଯୋଗେ ସୁଖ ଭୋଗେ ଚିରକାଳ ନର ।
ସୁଖ ଶାନ୍ତିଗତି ମୁକ୍ତି ଭକ୍ତି ବିଧାୟିନୀ
ଚରଣ ସେବିକା ପତି ଙ୍କ ଅନୁଗାମିନୀ ।
ଲକ୍ଷ୍ମୀ ସ୍ଵରୂପୀ ରମଣି ସାକ୍ଷାତେ ବରବା
ଶକ୍ତି ରୂପା ନାରାୟଣୀ ସନ୍ତାନ ସୁଖଦା ।
ନାରୀ ହିଁ ସାକ୍ଷତେ ମାତା ପତ୍ନୀ ଓ ଦୁହିତା
ଲାଳନ ପାଳନ କରି ହୁଏ ଆନନ୍ଦିତା ।
ମାତା ରୂପେ ନାରୀ ଦିଏ ବାତ୍ସଲ୍ୟ ମମତା
ସ୍ତିରୀ ରୂପେ ସଦା ପାଳେ ଧର୍ମ ପତିବ୍ରତା ।
ଦୁହିତା ଭାବରେ ଭକ୍ତି ପ୍ରଦର୍ଶନ କରେ
ନାରୀ ବିନା ନର ରହି ନପାରେ ସଂସାରେ ।
ସହନଶୀଳ ଗୁଣରେ ଅଟଇ ଧରଣୀ
ଲଜ୍ଜା ଅଟଇ ଭୂଷଣ ଧଇର୍ଯ୍ୟ ଧାରିଣୀ ।
ଏ ମନ୍ତ ଅଟେ ମହିମା ନାରୀ ମାନଙ୍କର
ବିଶ୍ଵ ଧନ୍ୟ ହେବ କଲେ ସୁରକ୍ଷା ତାଙ୍କର ।
ଯେଉଁଠି ନାରୀ ସର୍ବଦା ପୂଜା ପାଇଥାନ୍ତି
ତାଙ୍କ ପ୍ରତି ଦେବ ସଦା ପ୍ରସନ୍ନ ହୁଅନ୍ତି ।
