STORYMIRROR

Chittaranjan Nanda

Abstract Others

3  

Chittaranjan Nanda

Abstract Others

ନାରୀ ହୁଏ ଆଲୋକ ବର୍ତ୍ତିକା

ନାରୀ ହୁଏ ଆଲୋକ ବର୍ତ୍ତିକା

1 min
217


ସ୍ତ୍ରୀ ର ମହାନ୍ କୋମଳ ଜୀବନ ସମାଜେ

ସମସ୍ତଙ୍କ ହିତ ପାଇଁ,

ଜଠର ମଧ୍ୟରେ ପ୍ରାଣ ପ୍ରତିମା ଗଢ଼ିବାର 

ସମସ୍ତ ଶକ୍ତି ନେଇ 


ଜୀବନେ ଫୁଲଟିଏ ହୋଇ ନିଜେ ଏ ସମାଜର

ନୂତନତାକୁ ସର୍ଜନା କରେ 

ଦୁଇଶହ ଅଶୀ ଦିନ ରାତି ଏକାକାର ହୋଇ

ଆନନ୍ଦେ ଗଢୁଥାଏ ତାରେ


ଅବଲୋକନ କର କ୍ରୀଡାଙ୍ଗନ, ରଣାଙ୍ଗନ

ଅବା ପରିବାରର ଭିତର

ଆଶାର ଆଲୋକ ବର୍ତ୍ତିକା ହୁଏ ସେହି

ଅସହାୟ ଆହତ ଅସମର୍ଥର


ବିତରେ ସେ ବାସ୍ନା, ନାହିଁ ମନେ ତାର କାହା 

ପାଇଁ କଣ୍ଟକିତ ପଥର ଭାବନା

ଦେଇଥାଏ ସୁଚିନ୍ତିତ, ସମର୍ଥ, ଉତ୍କୃଷ୍ଟ,ବଳିଷ୍ଠ 

ନିଷ୍ପତ୍ତି ପଥର ନୂତନ କଳ୍ପନା


କାହା ଜୀବନରେ ଦୀପଟିଏ ହୋଇ ଯୋଗାଏ

ଏକ ବଳଶାଳୀ ଶକ୍ତିର ଚମକ 

ଯେ କୌଣସି ପରିସ୍ଥିତିରେ ହୁଏ ସେ ସର୍ବସଂହା 

ବସୁଧା ମାତାଭଳି ଝଲକ


ଜଳି ଯେବେ ପାରେନାହିଁ କା ପାଇଁ ନଦେଖାଏ 

କେବେ କାହାକୁ ପଥ ଅନ୍ଧାରକୁ 

ତେଣୁ ଶବ୍ଦ ଅଳଙ୍କାର ଉପମା ଉପଲକ୍ଷ ମାଧ୍ୟମେ

କବି ବିଭିନ୍ନ ବେଶରେ ବର୍ଣ୍ଣିଛି ତାକୁ


କେଉଁ ଏକ ସମୟରେ ମଣିଷ ଇତିହାସେ ସୃଷ୍ଟ 

ହେଲା ପୁରୁଷ ପ୍ରଧାନ ସମାଜରେ 

ସମାଜର ବଡ଼ପଣ୍ଡା ମାନେ ତାକୁ କଲେ ପରାଧୀନ

ପୁରୁଷର ଅନୁରକ୍ତା ହିସାବରେ


ଲତାର ସଦୃଶ ଦର୍ଶାଇଲେ ପିତା, ସ୍ୱାମୀ, ଭାଇ ବିନା 

ଆଶ୍ରୟରେ ନବର୍ତ୍ତନ୍ତି କେବେ ବନିତା 

ଅଥବା ନାରୀ ଆଜି ସଂସାରରେ ପୁରୁଷର "ଏକାନ୍ତ 

ନିଜସ୍ୱ ବ୍ୟବହାର ପାଇଁ" ନାମରେ ଶୋଭିତା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract