STORYMIRROR

Bijay Prusty

Abstract

3  

Bijay Prusty

Abstract

ଜୀବନର ଚଲାରାସ୍ତା

ଜୀବନର ଚଲାରାସ୍ତା

1 min
298


ଜୀବନ ଏକ ଅନ୍ତହୀନ ଚଲାରାସ୍ତା

କେତେବେଳେ ହସେଇ ହସେଇ

ବେଦମ କରେ ତ

କେତେବେଳେ ଆଖିରେ ଅପର୍ଯ୍ୟାପ୍ତ

ଲୁହ ଭରୁଥାଏ, 

ଏମିତି ଚାଲୁ ଚାଲୁ ଜଣାପଡେ ନାହିଁ

କେତେବେଳେ ବାଟ ସରିଯାଏ I

ଦିଗବଳୟ ଛୁଇଁବା ପାଇଁ

ହାତ ବଢାଇ ଦିଅନ୍ତି ସଭିଏଁ,

ଦିଗବଳୟକୁ କେହି କେବେ

ଛୁଇଁ ପାରିଛି ଯଦି କୁହ,

ଖାଲି ଯାହା ନପାରିଲା ପଣ ପାଇଁ

ଆଖି ସବୁ ଛଳ ଛଳ ହୁଏ I

କାହିଁକି କେଜାଣି 

ନିଜ ମନ ନିଜର ହୁଏନି,

ମିଛ ମାୟାରେ ଘାଣ୍ଟି ହୋଇ

ଛଟପଟ ହେଉଥାଏ ମଣିଷ,

କ୍ଷଣିକ ସୁଖପାଇଁ

କଣ କଣ ସବୁ କରି ଯାଉଥାଏ

ବର୍ତ୍ତମାନ ଦେଖି ଦେଖି

ଆଗାମୀ କୁ ଭୁଲି ଯାଉଥାଏ I

ମାୟାର ଡୋରୀ ଛିଡାଇବା 

ଖୁବ୍ କଠିନ

ସେଥିପାଇଁ ତ ମରିଚିକା ପଛରେ

ଧଇଁସଇଁ ହୋଇ ଧାଇଁଥାଏ ମଣିଷ

ହାତ ନପାଉ ପଛେ

ଦିଗବଳୟ ଛୁଇଁବାକୁ ହାତ ବଢାଏ

ଶେଷକଥା କହିବା କ‘ଣ ସହଜ? 

          


Rate this content
Log in

Similar oriya poem from Abstract