STORYMIRROR

BIKI SA

Abstract

3  

BIKI SA

Abstract

ହିସାବ

ହିସାବ

1 min
171

ମୁଁ ନିଜେ ଗଢ଼ିଥିବା ସ୍ବପ୍ନମାନେ

ନିଜ ନିଜ ଭିତରେ

ଯୁଦ୍ଧ ଘୋଷଣା କରନ୍ତି

ରହ ରହ କହୁକହୁ

ଆରମ୍ଭ ହୁଏ ଯୁଦ୍ଧ


ଦୁର୍ବଳ ସ୍ବପ୍ନମାନେ

ଅଙ୍ଗହୀନ, କ୍ଷତବିକ୍ଷତ ହୋଇ

ମରି ପଡନ୍ତି କ୍ଷଣିକ ଭିତରେ ।


କିଛି ସମୟ ଅନ୍ତରେ

ହଠାତ୍ ଶୁଭେ 'ରାମ ନାମ ସତ୍ୟ ହେ'

କୋକେଇ ଉଠେ 

ସମସ୍ତେ ଚିତ ହୋଇ ନିଦ୍ରା ଯାଇଥିବା

ବହଳ ଅନ୍ଧାରେ


ମୃତକମାନେ ବୁହା ହୁଅନ୍ତି ମଶାଣି ଅଭିମୁଖେ

ବିଜୟୀ ସ୍ବପ୍ନମାନଙ୍କ କାନ୍ଧରେ

ଚିତା ସଜ ହୁଏ

ଚିତାରେ ଅଗ୍ନି ସଂଯୋଗ ହୁଏ

ହୃଦୟର ମଶାଣି ଭୁଇଁରେ ।


ବିନିଦ୍ର ମୁଁ ଦେଖେ ସେମାନଙ୍କ ଆଖି

କେତେ ନାଲି, କେତେ ହଳଦିଆ

କେତେ ଦିଶେ ଧୂସର ଧୂସର

ସଢ଼ା ମୁହଁ, ସଢ଼ା ଦେହ

ଜଳିବା ପୂର୍ବରୁ ତାଙ୍କ ମେଷ ଛୁଆ ମୁହଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from BIKI SA

ହିସାବ

ହିସାବ

1 min ପଢ଼ନ୍ତୁ

Similar oriya poem from Abstract