STORYMIRROR

Bijay Prusty

Abstract

3  

Bijay Prusty

Abstract

ମୋହମାୟାର ଜୀବନ

ମୋହମାୟାର ଜୀବନ

1 min
194


ଜୀବନକୁ କିଏ ବା ଭରସା କରିଛି

ଦୁଇଟି ଦିନର ଏ ଜୀବନ

ଆଜି ଯିଏ ବର୍ତ୍ତମାନ

ଆସନ୍ତାକାଲି 

ସେ ଅତୀତ ନହେବ ବୋଲି

କିଏ ବା କହି ପାରିବ? 

କିଛି ବି ବିଚିତ୍ର ନୁହେଁ ଏ ଦୃଶ୍ୟପଟ

ଖାଲିଯାହା ମୋହମାୟା ଜାବୁଡି ଧରିଛି I

ଜଣେ ପରେ ଜଣେ ପରା

ହଜି ଯାଉଛନ୍ତି ମୋ ଆଖି ଆଗରୁ,

କେମିତି କିଏ ଜୋରଦେଇ କହିବ ?

ଆଜିର ବର୍ତ୍ତମାନ

ଆସନ୍ତାକାଲି କାହା ଆଖିର 

ଧାରେ ଲୁହହୋଇ ବହି ନଯିବ ବୋଲି I

ଏମିତିକା ଦୃଶ୍ୟ ଦେଖି ଦେଖି

ଆଖି ମୋର ପୁରୁଣା ହେଲାଣି ପରା

ମରିଚିକା ପଛରେ ଧାଇଁବା

ମୋ ପାଇଁ କୋଉ ନୂଆକଥା ଯେ,

ଏମିତି ସେମାନେ ସବୁ

ମୋ ଆଗରେ ମାୟା ରଚୁଥିବେ

ଆଉ ମୋ ଆଖିର ପରଦାରୁ

ହଜି ଯାଉଥିବେ ଧିରେ ଧିରେ

ମୁଁ ସବୁ ନିର୍ବିକାରେ ଦେଖି ଯାଉଥିବି

ଆଉ ମୋ କବିତା 

ଚରିତ୍ରଟିଏ ପାଇ ଖୁସି ହେଉଥିବ I

          


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract