STORYMIRROR

Ajit Kumar Raut

Abstract

3  

Ajit Kumar Raut

Abstract

ଗୁରୁ ଦିବସ ବା ଶିକ୍ଷକ ଦିବସ

ଗୁରୁ ଦିବସ ବା ଶିକ୍ଷକ ଦିବସ

1 min
228


ପୂର୍ବ ରାଷ୍ଟ୍ରପତି ଶିକ୍ଷାବିଦ ସେହୁ


ରାଧାକ୍ରିଷ୍ଣନଟି ନାମ


ପାଞ୍ଚ ସେପ୍ଟେମ୍ବର ଜନ୍ମ ହିଁ ତାଙ୍କର


ଗୁଞ୍ଜେ ସର୍ବପଲ୍ଲୀ ନାମ।୧।


ଶିକ୍ଷାବିଦ ସେହୁ ଶିକ୍ଷାରେ ନିପୁଣ


ଜ୍ଞାନୀ ସେହୁ ଅପ୍ରମିତ,


ତାଙ୍କରି ସ୍ମରଣେ ପବିତ୍ର ଦିବସ


ଗୁରୁ ପୂଜନେ ସ୍ଥାପିତ।୨।


ହୁଏ ଏହୁ ଦିନ ଗୁରୁଙ୍କ ପୂଜନ


ଗୁରୁ ପ୍ରତି ଭକ୍ତି ଦିନ,


ପୂଜା ଗୁରୁଙ୍କର କରେ ଛାତ୍ରଛାତ୍ରୀ


ପବିତ୍ର ଅଟେଟି ଦିନ।୩।


ପବିତ୍ର ମନରେ ପୂଜନ କରେଟି


ଶ୍ରଦ୍ଧା ପ୍ରେମ ଭକ୍ତି ଚିତେ,


ଗୁରୁ ଜ୍ଞାନ ପାଇଁ ଚରଣ ବନ୍ଦନ


ଅଭିଳାଷା କରି ଚିତେ।୪।


ପବିତ୍ର ସମ୍ପର୍କ ଗୁରୁ ଶିଷ୍ୟ ମଧ୍ୟେ


ଜଗତେ ପ୍ରେରଣା ଦିଏ,


ହୁଏ ଗୁରୁ ମନ୍ତ୍ର ଜୀବନର ମନ୍ତ୍ର


ସଫଳ ଜୀବନେ ହୁଏ।୫।


ଗୁରୁ ଆଶିର୍ବାଦ ଦିଅନ୍ତି ଶିଷ୍ୟଙ୍କୁ


ଜୟୀ ସବୁ ସ୍ଥାନେ ହୁଏ,


ଭକ୍ତି ରଖି ଥାଏ ଗୁରୁଙ୍କ ଚରଣେ


ମନବାଞ୍ଛା ପୂର୍ଣ୍ଣ ହୁଏ।୬।


ଆତ୍ମନିର୍ଭରର ଶିକ୍ଷା ଗୁରୁ ଦିଏ


ଆତ୍ମନିର୍ଭରଟି ପାଇଁ,


ଆତ୍ମବିଶ୍ୱାସର ମନ୍ତ୍ର ଯୋଡ଼ି ଦିଏ


ଆତ୍ମବିଶ୍ୱାସର ପାଇଁ।୭।


ଧର୍ମ ସତ୍ୟ କର୍ମ ଜ୍ଞାନର ପ୍ରଦୀପ


ଶିକ୍ଷା ଦେଉ ଥାନ୍ତି ଗୁରୁ,


ସେହୁ ଶିକ୍ଷା ହୁଏ ଜୀବନ ଦର୍ପଣ


କି ପରି ଭୁଲିବା ଗୁରୁ।୮।


ପାଞ୍ଚ ସେପ୍ଟେମ୍ବର ଗୁରୁଙ୍କ ପୂଜନ


କରିବା ହିଁ ଭକ୍ତି ଚିତେ,


ପ୍ରେମ ଭକ୍ତି ଦେଇ ପୂଜନ କରିବା


ଗୁରୁଙ୍କ ଚରଣ ନିତ୍ୟେ।୯।


ପୂର୍ବ ରାଷ୍ଟ୍ରପତି ଶିକ୍ଷାବିଦ ସେହୁ


ରାଧାକ୍ରିଷ୍ଣନ ଟି ନାମ,


ପାଞ୍ଚ ସେପ୍ଟେମ୍ବର ଜନ୍ମ ହିଁ ତାଙ୍କର


ଗୁଞ୍ଜେ ସର୍ବପଲ୍ଲୀ ନାମ।୧୦।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract