STORYMIRROR

Ajit Kumar Raut

Abstract

3  

Ajit Kumar Raut

Abstract

ଦାରୁବ୍ରହ୍ମ ପ୍ରଭୁ ତୁମେ

ଦାରୁବ୍ରହ୍ମ ପ୍ରଭୁ ତୁମେ

1 min
372


ଚରାଚର ପୃଥି ନିର୍ମିତ ତହର

ଜୀବନ ଆଧାର ତୁହି,

ଦାରୁବ୍ରହ୍ମ ତୁହି ପ୍ରଭୁ ଜଗନ୍ନାଥ

ପ୍ରଭୁ କୃଷ୍ଣ ରାମ ତୁହି।


ବଙ୍ଗ ସାଗର ସେ ନୁଣି ସାଗର ଭି

ବଡ଼ ଦେଉଳର କୁଳେ,

ଭାଇ ଭଉଣୀ ଙ୍କୁ ସଙ୍ଗରେ ଧରିଣ

ରହିଛୁ କୁଟୁମ୍ବ ମେଳେ।


କର୍ମର ନିମନ୍ତେ ସୃଷ୍ଟି କରି ଅଛୁ

ଦୁର୍ଲ୍ଲଭ ଜୀବଟି ନର,

ଜ୍ଞାନ ଯୋଡ଼ି ଅଛୁ ମସ୍ତିଷ୍କରେ ତାର

କରିବ କାର୍ଯ୍ୟଟି ତୋର।


ଜଗତେ କଲ୍ୟାଣେ ଆଗୁଆ ରହିବ

ଦେଇ ଅଛୁ ଦିବ୍ୟ ଶକ୍ତି,

ଜ୍ଞାନ ବିଦ୍ୟା ବୁଦ୍ଧି ଧର୍ମ ସତ୍ୟ ଭକ୍ତି

ଜ୍ଞାନ ଜ୍ୟୋତିର ସେ ଶକ୍ତି।


ହାତ ଦେଇ ଅଛୁ ପାଦ ଦେଇ ଅଛୁ

ରଖି ନାହଁ ସଙ୍ଗେ କିଛି,

ଚକାନୟନଟି ଦିବ୍ୟ ଚକ୍ଷୁ ତୋର

ଦେଖି ଅଛୁ ସବୁ କିଛି।


କର୍ମ ଭୂମି ଏହୁ ଧର୍ମ ଭୂମି ଏହୁ

ନର ଜନ୍ମ କଲ ସାର,

ସଂସାରେ ଜନ୍ମିଣ ମାୟାର ସଂସାରେ

ମନ ବିଭ୍ରମିତ ମୋର।


ଚାଲେ ସତ୍ୟପଥେ କେଉଁ ନର ପୁଣି

ସେବା ଭାବ ମନେ ଧରି,

କର୍ତ୍ତବ୍ୟ କୁ ବୁଝି ଜନ ସେବୁ ଥାଏ

ବିଭୁ ପଦେ ଧ୍ୟାନ କରି।


ରାଷ୍ଟ୍ର ଭକ୍ତି ହୁଏ ସର୍ବୋପରି ତାର

ଗୁଞ୍ଜୁ ଥାଏ ବଦନରେ,

ରାଷ୍ଟ୍ରବାଦୀ ହୋଇ ରାଷ୍ଟ୍ର ସେବୁ ଥାଏ

ନ ରଖେ ହିଂସା କାହାରେ।


ଭୁଲି ଯାଏ କେହୁ ମନୁଷ୍ୟ କର୍ତ୍ତବ୍ୟ

ସ୍ବାର୍ଥରେ ଜଡ଼ିତ ହୋଇ,

ପାପ କାର୍ଯ୍ୟ କରି ଧନ ଉପାର୍ଜନ

ପାପର ପଥିକ ହୋଇ।


ପ୍ରଭୁ ଭକ୍ତି ନାହିଁ ନାହିଁ ଜନ ସେବା

ମହା ପାପୀ ଅଟେ ସେହୁ,

ନର ଜନ୍ମ ତାର ନରକ ହିଁ ହୁଏ

ସବୁ ବୃଥା କରେ ସେହୁ।


ଚରାଚର ପୃଥି ନିର୍ମିତ ତହର

ଜୀବନ ଆଧାର ତୁହି,

ଦାରୁବ୍ରହ୍ମ ତୁହି ପ୍ରଭୁ ଜଗନ୍ନାଥ

ପ୍ରଭୁ କୃଷ୍ଣ ରାମ ତୁହି।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract