Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kaustubha Jal

Abstract Classics Fantasy

3  

Kaustubha Jal

Abstract Classics Fantasy

ବାପାଙ୍କ ହୃଦୟ

ବାପାଙ୍କ ହୃଦୟ

1 min
744


ବାପା ବୋଲି ଯେଉଁ ଦୁଇଟି ଅକ୍ଷର

ଆକାଶରୁ ଉଚ୍ଚତର

ବାପାଙ୍କ ହୃଦୟ ଦିଏ ପରିଚୟ

ସାଗର ଠାରୁ ଗଭୀର ।


ନାରିକେଳ ସମ ବାହାର କଠିନ

ଅନ୍ତର ସଦା କୋମଳ

ହିମାଳୟ ସମ ଧୈର୍ଯ୍ୟ ତା ମହାନ

ସହଇ ଦୁଃଖ ଜଞ୍ଜାଳ ।


ବାପାଙ୍କ ହୃଦୟ ଦିଏ ପରିଚୟ

ଜୀବନର ଅଭିବ୍ୟକ୍ତି

ନିଃସ୍ଵାର୍ଥପ୍ରାଣର ପରମ ଦେବତା

ନଥାଏ ତିଳେ ଆସକ୍ତି ।


ପିତାଙ୍କ ଅନ୍ତର ଅମୃତର ଝର

ମେଣ୍ଟାଇ ଦିଅଇ ଶୋଷ

ପ୍ରେମ କରୁଣାର ନାହିଁ ପଟାନ୍ତର

ନଥାଏ କଦାପି ରୋଷ ।


ଜୀବନ ରଥର ଦାୟିତ୍ୱ ବୋଧର

ଅଟଇ ସେହୁ ସାରଥୀ

.ସମାନଭାବର ଦିଏ ଅଧିକାର

ସେହୁ ଏକା ମହାରଥୀ ।


କଳ୍ପତରୁ ସମ ତାର ଅବଦାନ

ଅଟଇ ଅତୁଳନୀୟ

ବିପଦ ଆପଦେ ଅଥବା ସମ୍ପଦେ

ତ୍ୟାଗ ତାର ମହନୀୟ. ।


ହୃଦୁ ପଡେ ଝରି ମମତା ତାହାରି

ସନ୍ତାନର ହିତ ଚିନ୍ତା

ତାର ଆଶୀର୍ବାଦେ ହୁଏ ନିର୍ବିବାଦେ

ସକଳ ଜଗତ ଜିତା ।


ତା ହୃଦ ଗାରିମା ଅଶେଷ ମହିମା

ହେବ ନାହିଁ ତୁଳନୀୟ

ପିତା ଥିଲା ଜନ ଜୀବନରେ ଧନ୍ୟ

ବିଶାଳ ବାପା ହୃଦୟ. ।



Rate this content
Log in

Similar oriya poem from Abstract