ଝୁରେ କଦମ୍ବ - ଝୁରେ ଯମୁନା
ଝୁରେ କଦମ୍ବ - ଝୁରେ ଯମୁନା
ଚାରି ଦିନ କଣ୍ଟ କରିଣ
ତେଜିଣ ଗୋପପୁରୀ
ସକଳ ଭରସା ତୁଟାଇ
ରହିଲ ମଧୁପୁରୀ ।
ଫେରିବା ପାଇଁ କି ନଥିଲା
ଯଦି ଇଚ୍ଛା ମନରେ
ମିଥ୍ୟା ପ୍ରତିଶୃତି କିମ୍ପାଇ
ଦେଉ ଥିଲସାଦରେ ।
ଫେରିବା ପଥକୁ ଚାତକୀ
ପ୍ରାୟେ ଛନ୍ତି ଅନାଇ
କୃଷ୍ଣ ସ୍ଵାତୀ ଜଳ ବରଷା
ପ୍ରତି ଚିତ୍ତ ଲଗାଇ. ।
କୃଷ୍ଣ କଥା ଭାଳି ନିରତ
ତନୁ ଶ୍ରୀହୀନ ହୋଇ
ଗୋପୀଙ୍କ କନିଷ୍ଠ ମୁଦ୍ରିକା
ହସ୍ତ କଙ୍କଣ ହୋଇ. ।
ବୃନ୍ଦାବନେ ବିଜେ ନିଦାଘ
ବସନ୍ତ ପରିବର୍ତ୍ତେ
ଗୋବତ୍ସା ଚରାଇ ନଯାନ୍ତି
ବାଳ ଗୋପସଙ୍ଗାତେ ।
ବିରହ ନିଆଁରେ ବ୍ୟଥିତ
ଝୁରେ ଯମୁନା ରାଣୀ
କୃଷ୍ଣ ପାଦ ପ୍ରେମ ନ ଲଭି
ହେଲା ମଳିନ ପାଣି ।
ହରାଇ ମୋହନମୁରଲୀ
ଝୁରେ କଦମ୍ବ ଡାକ
ସତେ କି ଫେରିବେ ଗୋପକୁ
ନନ୍ଦ ଯଶୋଦାବାଳ ।
ଶ୍ରୀ କୃଷ୍ଣ ଛାମୁରେ ଭାଷନ୍ତି
ପ୍ରେମ ଦୂତ ଉଦ୍ଧବ
କୃଷ୍ଣରସେ ସଦା ରସିକ
ଦୀନହୀନ କୌସ୍ତୁଭ ।