ଜାଗ୍ରତ ହୁଅ ଓଡ଼ିଆ
ଜାଗ୍ରତ ହୁଅ ଓଡ଼ିଆ
ଦୁଃଖିତ ଅନ୍ତରେ ଆପଣାସୁତରେ
କହଇ ଉତ୍କଳମାଆ
ବେଳ ଥାଉଁବୀର ହୋଇ ତରବର
ଜାଗ୍ରତ ହୁଅ ଓଡ଼ିଆ ।
ବୀର ପ୍ରସବିନୀ ବୋଲି ତୋ ଜନନୀ
ଗରବେ ଫୁଲାଉ ଛାତି
ମୋ ମାନ ସମ୍ମାନ ଟେକ ଅଭିମାନ
ବେଳ ଥାଉଁ ରଖଚେତି ।
ତୋ ପୂର୍ବପୁରୁଷ ସୁବିମଳ ଯଶ
ଗାଥା ଗାଏ ଇତିହାସ
ଉତ୍ତରାଧିକାରୀ ହୋଇଣ ତାଙ୍କରି
ମୂର୍ଖତା କର ପ୍ରକାଶ ।
ମାତୃଭାଷା ଲାଗି ବହୁ କଷ୍ଟ ଭୋଗୀ
ହସି କଲେ କାରାବାସ
ତାଙ୍କ ସୁତ ହୋଇ କରୁଛ କିମ୍ପାଇ
ଭାଷା ପ୍ରତି ଉପହାସ ।
ଯେଉଁ ଦିନୁ ତୁମ୍ଭେ କହୁଅଛ ଦମ୍ଭେ
ଆମେ ଇଂରାଜୀ ପଢ଼ୁଆ
ସେହି ଦିନୁବାବୁ ମୋତେ ଲାଗେସବୁ
ମନରେ ଭାରି ଅଡ଼ୁଆ ।
ସେ ଲାଗି ତନୟ ଜନନୀ ହୃଦୟ
ସଦା ହୁଏ ବ୍ୟାକୁଳିତ
କର ସେ ଯତନ ଯାଉ ମୋ କଷଣ
ଯଦି ତୁମ୍ଭେ ମୋର ସୁତ ।
ଶୁଣିଲତ ଭାଇ ଦୁଃଖ ଭରା ସେଇ
ଜନନୀ ପ୍ରାଣର ବ୍ୟଥା
ଉଠ ନିଦ୍ରା ତେଜି ସ୍ନାର୍ଥକୁବରଜି
ରଖିବା ତାହାରି ମଥା ।
ମାତୃଭାଷା ପ୍ରତି କରିଣ ଭକତି
ରଖିବା ତାର ମହତ
ଓଡ଼ିଆ ସଂସ୍କୃତି ଲଭିବ ସୁଖ୍ୟାତି
ସମଗ୍ର ବିଶ୍ଵେ ସତତ ।
ଧନ୍ୟ ସେହି ସୁତ ଅଟେ ଭାଗ୍ୟ ବନ୍ତ
ସାଦରେ କରେ ଭରସା
ପ୍ରାଣଠାରୁ ପ୍ରିୟ ସଦା କରେ ଜୟ
ମାତୃଭୂମି ମାତୃଭାଷା ।
