Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Bhagirathi Mohanty

Abstract Inspirational

3  

Bhagirathi Mohanty

Abstract Inspirational

ସମ୍ପର୍କ ର ମାନେ କିଛି ନାହିଁ

ସମ୍ପର୍କ ର ମାନେ କିଛି ନାହିଁ

1 min
199



ସମ୍ପର୍କ ର ମାନେ କିଛି ନାହିଁ, 

ମମତା ର ଭାଷା ନାହିଁ ଯହିଁ ।

ପୂଜି ବାର ମାନେ କିଛି ନାହିଁ, 

ଭକତି ରହିତ ପୁଷ୍ପ ଦେଇ।

ଗଙ୍ଗା ଗୟା ଗସ୍ତ ମାନେ ନାହିଁ, 

ପବିତ୍ରତା ଅନ୍ତରେ ନ ଥାଇ ।

ପ୍ରାର୍ଥନା ର ମାନେ କିଛି ନାହିଁ, 

ତ୍ରିକୂଟ ରେ ମନ ନ ଲାଖଇ ।

ଦାନ କରିଵାର ମାନେ ନାହିଁ,

ଗର୍ବ ଅହଂକାର ଲୁଚି ଥାଇ ।

ପ୍ରବଚନ ମାନେ କିଛି ନାହିଁ, 

ଜ୍ଞାନ ର ବଡିମା ଯହିଁ ଥାଇ ।

ଜୀବନ ର ମାନେ କିଛି ନାହିଁ, 

ହସ ଖୁସି ବିବର୍ଜିତ ହୋଇ ।

ଗାଇବା ର ମାନେ କିଛି ନାହିଁ,

ଯା' ମୂର୍ଚ୍ଛନା ମନ ଛୁଉଁ ନାହିଁ।

ଲେଖିବାର ମାନେ କିଛି ନାହିଁ, 

ହୃଦୟ ର ବାର୍ତ୍ତା ନାହିଁ ଯହିଁ ।

ବନ୍ଧୁତା ର ମାନେ କିଛି ନାହିଁ,

ଦୂରୁ ଦେଖି ଟିକେ ନ ହସଇ ।

ମଣିଷ ଜନମ ମାନେ ନାହିଁ, 

ଦିନ ରାତି ବିଭୁ ନ ଭଜଇ।


Rate this content
Log in