STORYMIRROR

Sagar Kumar Parida

Abstract

3  

Sagar Kumar Parida

Abstract

ହେ ବର୍ଷା

ହେ ବର୍ଷା

1 min
166


ବର୍ଷା ଗୋ ତୁମେ ନିଦାଘ ଅନ୍ତେ ଆସ ଧରଣୀ ପରେ

ଟାଙ୍ଗରା ଭୂଇଁ ସବୁଜିମା ଦିଶେ ତୁମ ପ୍ରେମ ପରଶରେ।।

କଳା ମେଘମାଳା ଆକାଶଟା ସାରା ଦିଶନ୍ତିନି ଦିନନାଥ

ଟୋପା ଟୋପା ତୁମ ଜଳବିନ୍ଦୁ ସବୁ କରନ୍ତି ଧରିତ୍ରୀ ସିକ୍ତ ।।

ଚାଷୀ ପୁଅ ମନେ ସଞ୍ଚାର ଆନନ୍ଦ କ୍ଷେତ ସବୁଜିମା କରି

ଶୁଖିଲା ପୋଖରୀ ନଇ ନାଳ ହଦ୍ରେ ଜଳ ଦେଇଥାଅ ଭରି ।।

ଗ୍ରାମ ଦାଣ୍ଡପରେ ତୁମ ପାଣି ସୁଅ ଯେବେ ବହେ ଖର ତରେ

କାଗଜର ଡଙ୍ଗା ଭସାନ୍ତି ପିଲାଏ ଖେଳୁଥାନ୍ତି କୌତୁହଳେ ।।

ତୁମ ମେଘମାଳା ପ୍ରବଳ ବର୍ଷିଲେ ବନ୍ୟାର ପ୍ରକୋପ ବଢେ 

ନିରୀହ ମାନବ ହୁଏ ହନ୍ତସନ୍ତ ତୁମରି ଜଳ ବହୁଳେ।।

ଗଣେଶ ଚତୁଥୀ ,ରକ୍ଷା ବନ୍ଧନ ,ରଥଯାତ୍ରା,ଚିତାଲାଗି

ତୁମ ସମୟରେ ପାଳିଥାନ୍ତି ଜନେ ହଷେ ହୋଇ ସମଭାଗୀ।।

ସାଧବ ବୋହୂର ଟୁକୁ ଟୁକୁ ଚାଲି ବେଙ୍ଗର କେଁ କଟର

ମଶାମାନଙ୍କର ବଢେ ପ୍ରାଦୁଭାଵ ସହିତରେ ଥଣ୍ଡା ଜର।।

ମଙ୍ଗଳକାରକ ତୁମ ଆଗମନ ପୃଥିବୀ ବାସୀଙ୍କ ପାଇଁ

ତୁମେ ନ ଆସିଲେ ସବୁଆଡେ ଦିଶେ ମରୁଡି କରାଳ ଛାଇ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract