ଦୁଃଖ ଯଦି ଆସେ କେବେ
ଦୁଃଖ ଯଦି ଆସେ କେବେ
ଦୁଃଖ ଯେବେ ଆସେ ସବୁ ଧୋଇନିଏ
ଲୁହରେ ଭସେଇ ଦିଏ
ସୁଖ ଶାନ୍ତି ସବୁ ହଜେଇ ଦିଏ ସେ
ଦୁଃଖର ପାହାଡ ହୁଏ ।
ଭାଇ ବନ୍ଧୁ ସବୁ ତାକି ଆଣେ ତାର
କାହାକୁ ଛାଡି ନ ଥାଏ
ଗୋଟିଏ ଦୁଃଖଟି ଦୂର ନ ହେଉଣୁ
ଅନ୍ୟ ମୁଣ୍ଡ ଟେକି ଥାଏ ।
ଦୁଃଖ ଯେବେ ଅତିଶୟ ହେଇଯାଏ
ନିରବତା ବଢି ଯାଏ
ନା କାହାକୁ କିଛି କହି ପାରେ ସିଏ
ଜଳି ଜଳି କାନ୍ଦୁଥାଏ ।
ଅଧିକାଂଶ ସିଏ ନୀରବ ରହଇ
କପାଳକୁ ନିନ୍ଦୁ ଥାଏ
ଦୁଃଖଟି ଯେବେ ତ ଅସହ୍ୟ ହୁଅଇ
ବିଚଳିତ ହେଇଯାଏ ।
ଖାଇବା ପିଇବା ସବୁ ଛାଡିଦିଏ
ମରିବାକୁ ଇଚ୍ଛା ହୁଏ
ଆତ୍ମହତ୍ୟା ଅଟେ ମହାପତକଟି
ନା କରି ପାରେ ତ ସିଏ ।
ଅତ୍ୟଧିକ ଦୁଃଖେ ମ୍ରିୟମାଣ ହେଇ
ବିଚଳିତ ହୁଏ ସିଏ
ସମସ୍ତେ ତାହାଠୁ ଦୂରେଇ ଯାଆନ୍ତି
ନା ଆପଣା ଥାଏ କିଏ ?
ସୁଖ ସମ୍ପଦରେ ସର୍ବେ ଦେଖା ଦ୍ୟନ୍ତି
ଦୁଃଖରେ ଦୂରାନ୍ତି ସିଏ
ଏଇ ଦୁଃଖ ଜୀବନରେ ଭଲ ବନ୍ଧୁ
ଶିଖେଇ ସେ ଦେଇଥାଏ ।
ଦୁଃଖ ଯେବେ ଆସେ ସୁଖ ଶାନ୍ତି ସବୁ
ଅକ୍ଳେଶରେ ଧୋଇ ନିଏ
ପ୍ରକୃତ ବନ୍ଧୁଟି ଦୁଃଖଟି ଚିହ୍ନାଏ
ଚିହ୍ନାଏ ମଣିଷ ସିଏ ।
ଏମିତି ସଂସାରେ କେହି ଜଣେ ନାହିଁ
ଦୁଃଖ ପାଇ ନାହିଁ ଯିଏ
ଦୁଃଖ ସୁଖ ଦୁଇ ଭାଇଟି ଅଟନ୍ତି
ଧୈର୍ଯ୍ୟଟି ବଢାଇ ଦିଏ ।
ଦୁଃଖ ସୁଖ ଏଇ ଲାଗିଛି ସଂସାର
କାତରଟି ହୁଏ ଯିଏ
ଏଇ ଦୁନିଆରେ ନା ତିଷ୍ଠି ଥାଏ
ହାରିବା ନିଶ୍ଚିତ ଥାଏ ।
ଅନ୍ଧାର ନ ଥିଲେ ଆଲୁଅ ମହତ୍ତ୍ଵ
ବୁଝି କି ପାରନ୍ତା କିଏ
ଦୁଃଖ ଯଦି ଆସେ ଆଖି ଖୋଲି ଦିଏ
ଧୈର୍ଯ୍ୟଟି ଶିଖାଇ ଦିଏ ।
