*କବିତା ଶୀର୍ଷକ:-*🌹 *ଆମ ସଂସ୍କୃତିର ସ୍ବାକ୍ଷର ନେଇ**ମ
*କବିତା ଶୀର୍ଷକ:-*🌹 *ଆମ ସଂସ୍କୃତିର ସ୍ବାକ୍ଷର ନେଇ**ମ
ଆମ ସଂସ୍କୃତିର ସ୍ବାକ୍ଷର ନେଇ
ମକର ଆସିଛି ଶୀତକୁ ଛୁଇଁ ।
ପୌଷମାସ ପରା ହେଇଛି ଏଇ
ଶୀତ କୁହୁଡିଟା ଧରାକୁ ଛୁଇଁ ।
ଆସୁଛି ମକର ଗୁଡିକୁ ନେଇ
ନୀଳ ଆକାଶରେ ଦେବା ଉଡେଇ ।
ନାଲି ନେଳି ଗୁଡି ଥିବ ନଟେଇ
ଗୁଡି ଗୁଡି କାଟି ଦେବା ଜିତେଇ ।
ଲାଗୁଥିବ ଗୁଡି ସତେ ଚଢେଇ
ଉଡୁଛି ଆକାଶେ ଡେଣା ମେଲେଇ ।
ରଙ୍ଗ ବେରଙ୍ଗର ଉଡିବ ସେଇ
ହସି ହସାଇବ ମନ ଚୋରାଇ ।
ମକରରେ ରାଶି ଜାଉ ହୁଅଇ
ଆମ ପରମ୍ପରା ସଂସ୍କୃତି ଏଇ ।
ରାଶି ହଳଦୀକୁ ଦେହେ ଲଗାଇ
ମଳି ଛଡାନ୍ତି ସେ ପୋଖରୀ ଯାଇ ।
ରାଶି ବାଟି ଜାଉ କରନ୍ତି ସେଇ
ମହା ଆନନ୍ଦରେ ଯାଆନ୍ତି ଖାଇ ।
ମକର ଚାଉଳ ହାତରେ ଦେଇ
ମକର ବସନ୍ତି ଖୁସି ମନେଇ ।
ଆମ୍ବ ବଉଳଟି ଗଛରେ ହେଇ
ମହ ମହ ବାସ ଛୁଟୁ ସେ ଥାଇ ।
ସୂର୍ଯ୍ୟ ଉତ୍ତରାୟଣ ଯାନ୍ତି ହେଇ
ମକର ଧରାକୁ ହସି କହଇ ।
ମକର ସଂକ୍ରାନ୍ତି ଶୀତକୁ ଛୁଇଁ
ଧରାକୁ ଆସଇ ଖୁସି ସେ ନେଇ ।
ଆମ ସଂସ୍କୃତିର ସ୍ବାକ୍ଷର ନେଇ
ମକର ଜାଉଟି ମକରେ ହେଇ ।
