STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ଅଟେ ଏ ଚିହ୍ନିବ କାଳ !

ଅଟେ ଏ ଚିହ୍ନିବ କାଳ !

1 min
49


ପୁତ୍ର ପୁତ୍ର ବଧୁ


ଚିହ୍ନିବୁ ଜାଣିବୁ


ତାଙ୍କ ବାହାଘର ପରେ !


କିପରି ସମ୍ମାନ


କରନ୍ତି ଆଦର


ଦେଖିବୁ ତୁ ନେତ୍ରରେ !!


ପୁତ୍ରୀକୁ ଚିହ୍ନିବୁ


ଯୌବନ କାଳରେ


ଦେଖି ରୀତି ନୀତି ତାର !


ସଂସ୍କାର ସଂସ୍କୃତି


ଭୁଲି କି ଯାଉଛି


ସାବଧାନ ଦରକାର !!


ପତ୍ନୀକୁ ଚିହ୍ନିବୁ


ଅସୁସ୍ଥ ତୁ ହେଲେ


କରେ ପତ୍ନୀ ସେବା ଯହିଁ !


କରୁ ନାହିଁ ଅବା


ଜାଣିବୁ ତାହାକୁ


ପତି ପ୍ରତି ଭକ୍ତି ନାହିଁ !!


ବନ୍ଧୁଙ୍କୁ ଚିହ୍ନିବୁ


ବିପଦ କାଳରେ


କିପରି ତାର ସାହାଯ୍ୟ


ଜାଣିବୁ ତାହାକୁ


ଦେଖିବୁ ଚକ୍ଷୁରେ


ମୈତ୍ରୀର ଗୁଣ ମାଧୁର୍ଯ୍ୟ !!


ଭାଇକୁ ଜାଣିବୁ


ଯୁଦ୍ଧ ବା ସଙ୍କଟେ


ଥାଏରେ ଠିଆ ସର୍ବଦା !

 

ଚିହ୍ନିବୁ ଭାଇକୁ


ଦେଖିବୁ ନେତ୍ରରେ


ରକ୍ତ ରକ୍ତର ମର୍ଯ୍ୟାଦା !!


ଭଉଣୀ ଚିହ୍ନିବୁ


ଦୁଃଖ ଓ ବିପଦେ


ଭାଇ ପ୍ରତି ତାର ପ୍ରେମ


ସନ୍ତାନ ଚିହ୍ନିବୁ,


ବୃଦ୍ଧ ବୟସରେ


କାର୍ଯ୍ୟ କରେ ସେବା ଧର୍ମ !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract