କବିତା ଧର୍ମର ମୁଖା ପିନ୍ଧି ଅଧର୍ମ ଆଚରଣ
କବିତା ଧର୍ମର ମୁଖା ପିନ୍ଧି ଅଧର୍ମ ଆଚରଣ
ଦୁନିଆ ରେ ସାଧୁ ବେଶ ହୋଇ
ଅସାଧୁ ବୁଲନ୍ତି
ଧର୍ମ ନା ରେ କଳଙ୍କ କେତେ
କରି ବସନ୍ତି
ନାରୀ ନିର୍ଯାତନା ଦୁଷ୍କର୍ମ କରି
ଲୁଚି ରୁହନ୍ତି
ନିଜକୁ ସାଧୁ ପରି କରି କେତେ
କୁକର୍ମ କରନ୍ତି
ମନ୍ଦିର ଯାଇ ମୁଖେ ହରି ନାମ
ଯାଆନ୍ତି ଗାଇ
ପର ନିନ୍ଦା ପର ଚର୍ଚ୍ଚା କରି କରି
ମନ ନ ବୁଝଇ
ନିଜ ସ୍ତ୍ରୀ କୁ କଷ୍ଟ ଦିଅନ୍ତି ଗାଳି
ଦିଅନ୍ତି ପର ପାଇଁ
ପର ସ୍ତ୍ରୀ ସାଥେ ପରକିଆ ପ୍ରୀତି
କରନ୍ତି ଭଦ୍ର ଲୋକ ହୋଇ
ନିଜ ଝିଅ ବୋହୁ ଘରେ ଥାଇ ଏ
ମଣିଷ ଅନ୍ୟ କୁ ଦେଖେ
ପର ଝିଅ କୁ ନଜର ପକାଏ କାମୁକ
ହୋଇ ପାପ ଭାବନା ରଖେ
ଧନ ସମ୍ପତ୍ତି ନିଜର ଯେତେ ଥାଉ
ଅନ୍ୟ କୁ ଶୋଷଣ କରି ଥାଏ
ପର ଧନ କୁ ଠକି ଲୁଟି ନେବାକୁ
କୌଶଳ ସର୍ବଦା କରି ନିଏ
ଅନ୍ୟ କୁ ସତ କହି ବାକୁ ଦିଏ ସେ
ନୀତି ଦିନ ପ୍ରବଚନ
କର୍ମ ପଥେ କେତେ ମିଛ କୁହେ
ମଣିଷ ର ବିତି ଯାଏ ଦିନ
ସାଧୁ ହୋଇ ଯିଏ ଅସତ୍ୟ ପଥରେ
ରହି ଜୀବନ କାଟି ଦେବ
ସାଧୁ ମୁଖା ପିନ୍ଧି ଅଧର୍ମ କରିବ ଯିଏ
ନିଶ୍ଚୟ ସେ ତା ଦଣ୍ଡ ପାଇବ
ନିଜ କର୍ମ ଫଳ ଏଠି ସଭିଏଁ ପାଇବା
ମଣିଷ ହୋଇ ଛଳନା କର ନାହିଁ
ଦୁଇ ଦିନ ମଣିଷ ପାଇଁ ଏ ସଂସାର
ପାପ କର ଲୁଚି ଲୁଚି କାହିଁ ପାଇଁ ।
