STORYMIRROR

Suresh chandra Padhy

Abstract

4  

Suresh chandra Padhy

Abstract

କବିତା ଧର୍ମର ମୁଖା ପିନ୍ଧି ଅଧର୍ମ ଆଚରଣ

କବିତା ଧର୍ମର ମୁଖା ପିନ୍ଧି ଅଧର୍ମ ଆଚରଣ

1 min
24


ଦୁନିଆ ରେ ସାଧୁ ବେଶ ହୋଇ 

          ଅସାଧୁ ବୁଲନ୍ତି

ଧର୍ମ ନା ରେ କଳଙ୍କ କେତେ

           କରି ବସନ୍ତି

ନାରୀ ନିର୍ଯାତନା ଦୁଷ୍କର୍ମ କରି

           ଲୁଚି ରୁହନ୍ତି

ନିଜକୁ ସାଧୁ ପରି କରି କେତେ

           କୁକର୍ମ କରନ୍ତି

ମନ୍ଦିର ଯାଇ ମୁଖେ ହରି ନାମ 

            ଯାଆନ୍ତି ଗାଇ

ପର ନିନ୍ଦା ପର ଚର୍ଚ୍ଚା କରି କରି

            ମନ ନ ବୁଝଇ 

ନିଜ ସ୍ତ୍ରୀ କୁ କଷ୍ଟ ଦିଅନ୍ତି ଗାଳି

           ଦିଅନ୍ତି ପର ପାଇଁ

ପର ସ୍ତ୍ରୀ ସାଥେ ପରକିଆ ପ୍ରୀତି 

       କରନ୍ତି ଭଦ୍ର ଲୋକ ହୋଇ

ନିଜ ଝିଅ ବୋହୁ ଘରେ ଥାଇ ଏ

        ମଣିଷ ଅନ୍ୟ କୁ ଦେଖେ

ପର ଝିଅ କୁ ନଜର ପକାଏ କାମୁକ

      ହୋଇ ପାପ ଭାବନା ରଖେ

ଧନ ସମ୍ପତ୍ତି ନିଜର ଯେତେ ଥାଉ

     ଅନ୍ୟ କୁ ଶୋଷଣ କରି ଥାଏ

ପର ଧନ କୁ ଠକି ଲୁଟି ନେବାକୁ

      କୌଶଳ ସର୍ବଦା କରି ନିଏ

ଅନ୍ୟ କୁ ସତ କହି ବାକୁ ଦିଏ ସେ

         ନୀତି ଦିନ ପ୍ରବଚନ

କର୍ମ ପଥେ କେତେ ମିଛ କୁହେ

       ମଣିଷ ର ବିତି ଯାଏ ଦିନ

ସାଧୁ ହୋଇ ଯିଏ ଅସତ୍ୟ ପଥରେ

        ରହି ଜୀବନ କାଟି ଦେବ

ସାଧୁ ମୁଖା ପିନ୍ଧି ଅଧର୍ମ କରିବ ଯିଏ

      ନିଶ୍ଚୟ ସେ ତା ଦଣ୍ଡ ପାଇବ

ନିଜ କର୍ମ ଫଳ ଏଠି ସଭିଏଁ ପାଇବା

   ମଣିଷ ହୋଇ ଛଳନା କର ନାହିଁ

ଦୁଇ ଦିନ ମଣିଷ ପାଇଁ ଏ ସଂସାର 

   ପାପ କର ଲୁଚି ଲୁଚି କାହିଁ ପାଇଁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract