ଦ୍ବନ୍ଦ
ଦ୍ବନ୍ଦ
ଦ୍ବନ୍ଦ,
ନିରନ୍ତର ଜୀବନର ପ୍ରତି ମୁହୁର୍ତ୍ତରେ,
ଖୋଜିବା, ପାଇବା, ପାଇ ପୁଣି
ହଜେଇବାର ହିସାବ ସରେନା ।
କେବେ ଖୁସିରେ ହସି ହୁଏନା
ତ କେବେ ହସରେବି
ଅସରନ୍ତି ଲୁହ ଝରିଯାଏ।
ସବୁ ପାଇବି ଖାଲି ଖାଲି ଲାଗେ,
ଜିତି ସାରିବି ହାରିବାର ଯନ୍ତ୍ରଣା ।
ଏକ ଶୂନ୍ୟତା ଭରିଯାଏ ଜୀବନରେ ।
ଦ୍ବନ୍ଦ,
ଏକ କୁହେଳି, ଅନ୍ଧ କୂଅ
ଝାପ୍ସା ଏକ ଚେହେରା;
ବାରି ହୁଏନା କି ଜାଣି ହୁଏନା,
ଯା'ର ପରିଚୟ ମିଳେନ।
ପ୍ରଲମ୍ବିତ ଦିଗବଳୟ ଯାଏ ।
ଏକ ଅସମ୍ପୂର୍ଣ୍ଣ ସତ୍ୟତା
ଆରମ୍ଭରୁ ଶେଷ ଯାଏ ।
ଜଳିଯାଏ ସମ୍ପର୍କର ଖିଅ ସବୁ,
ଲିଭିଯାଏ ମମତାର ମୋହ ।
ଦ୍ବନ୍ଦ,
ଏକ ଅନାବୃତ ନିର୍ଣୟ,
ଅପରିଚିତ ଅସ୍ତିତ୍ବ,
ଅସୀମୀତ ସଂଶୟ।
