STORYMIRROR

Pradipta Kumar Sahoo

Romance

4  

Pradipta Kumar Sahoo

Romance

ପହିଲି ବର୍ଷା

ପହିଲି ବର୍ଷା

1 min
337

ଏ ଦେହରେ ଲାଗିଗଲା ନିଆଁ

ଆଷାଢର ପହିଲି ବର୍ଷାରେ

ଦେଲା କିଏ କୁହୁକର ଛୁଆଁ 

ଆଷାଢର ପହିଲି ବର୍ଷାରେ।

ସଜାଇଲା ଇନ୍ଦ୍ରଧନୁ 

ଆକାଶର ପରଦାରେ

ରଙ୍ଗକେତେ ବାଛି ନୂଆ ନୂଆ 

       ଆଷାଢର ପହିଲି ବର୍ଷାରେ।


ବର୍ଷାନୁହେଁ ମୁକୁତାର

ଟୋପା ଟୋପା ଫୁଲ, କଳି

ବିଞ୍ଚିଦେଲା ଚଲାବାଟ

ଆଜିକେ ଆସିବ ବୋଲି 

କଳାମେଘି ଆକାଶରେ

ବିଜୁଳି ରୋଷଣି ଜାଳି

ଦେଇଗଲା ମିଠାମିଠା ଛୁଆଁ

       ଆଷାଢର ପହିଲି ବର୍ଷାରେ।


କାହିଁଦୂରେ ବହୁଦୂରେ

କାହାରଏ ଅଭିସାର

ବିରହି ଆଖିରେ ସାଜେ

ପ୍ରଣୟର ପାରାବାର

ସତେ କି ମେଣ୍ଟିବ ଶୋଷ

ଆଜି ଅୟୁତ ଯୁଗର

କଲାକିଏ ସତରେ କିମିଆଁ

ଆଷାଢର ପହିଲି ବର୍ଷାରେ।


ଲିଭିଗଲା ଅତୀତର

ଥିଲା ଯେତେ ଅଭିମାନ

ଅକୁହା ବେଦନା କିଛି

ଛାତିରେ ଅଲିଭା ଚିହ୍ନ

ଅସରାଏ ସ୍ମୃତିରେ 

ଭିଜିଗଲା ତନୁମନ  

ଜୀବନ କି ଭରିଦେଲା ନୂଆ 

ଆଷାଢର ପହିଲି ବର୍ଷାରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Pradipta Kumar Sahoo

Similar oriya poem from Romance