STORYMIRROR

Pradipta Kumar Sahoo

Inspirational

4  

Pradipta Kumar Sahoo

Inspirational

ଇଗଲ

ଇଗଲ

1 min
8

ପରିସୀମା ଦିଗନ୍ତ ବିସ୍ତାରି ଶୂନ୍ୟତାରେ ବାନ୍ଧିଛି ମୁଁ ଘରଉପରେ ମୋ ସୁନୀଳ ଆକାଶତଳେ ଅଛି ପ୍ରଶାନ୍ତ ସାଗର

ଡେଣାରେ ମୋ ଅଫୁରନ୍ତ ଶକ୍ତିହୃଦୟରେ କାମନା ଦୁର୍ବାରଲଙ୍ଘିବି ମୁଁ ଅନନ୍ତ ଅବଧି  ଥାଉ ପଛେ ଲକ୍ଷ ଯେତେ ଦୂର

ଆଗରେ ମୋ ତୁଙ୍ଗ ଗିରୀଶୃଙ୍ଗ ଆସୁ ଅବା ଉତ୍ତାଳ ଜୂଆରପାରିବକି ପ୍ରତିରୋଧ କରିକାଳର ଏ କରାଳ ପ୍ରାଚୀର ?

ଦିଗନ୍ତରୁ ଦିଗନ୍ତ ପର୍ଯ୍ୟନ୍ତ ପ୍ରସାରିତ ସାମ୍ରାଜ୍ୟ ମୋହର ପରାଜିତ ବିହଙ୍ଗମ କୁଳଏ ସର୍ବର ମୁଁ ଯେ ଅଧୀଶ୍ଵର  

ବଜ୍ରସମ ଗଢା ଏ ଶରୀର ଧମନୀରେ ଲହୁର ଜୂଆର ନିମିଷକେ ଉଡି ପାରେ ମୁଁ ଯେଦୃଷ୍ଟି ମୋର ଯାଏ ଯେତେ ଦୂର

ନିଦାଘର ତପ୍ତ ମରୁବାଲି ହେଉ ଅବା ହିମାଦ୍ରି ଶିଖରହାରିବା ମୋ କପାଳରେ ନାହିଁ ଚଲାପଥ ହେଲେବି ବନ୍ଧୁର।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Pradipta Kumar Sahoo

Similar oriya poem from Inspirational