STORYMIRROR

Rabindra kumar Sahoo

Inspirational

3  

Rabindra kumar Sahoo

Inspirational

ଦୁହେଁ ଦୁଇ ଯାଆଁଳା ଭଉଣୀ

ଦୁହେଁ ଦୁଇ ଯାଆଁଳା ଭଉଣୀ

1 min
224

  ମହାବୀର ଜୈନଙ୍କ ବାଣୀ

  ପ୍ରଚାରଇ ମୁଁ ଖଣ୍ଡଗିରି

   ପ୍ରଚାରଇ ମୁଁ ଜୈନ ଧର୍ମର

    ମହତ୍ ବାଣୀ ।

    ଖାରବେଳଙ୍କର 

    ରାଜତ୍ୱର କାହାଣୀ

    ତାଙ୍କ ଐତିହ୍ୟର 

    ସଂପୂର୍ଣ୍ଣ ବିବରଣୀ

    ଚାଲିଛି ଚାଲୁଥିବି 

     ମୁଁ ବଖାଣି

    ଯେତେଦିନ ଯାଏଁ

    ଥିବ ଏ ଧରାରେ

    ମନୁଷ୍ୟ ସମାଜ

   କହିଚାଲିଥିବି ଜୈନ ଧର୍ମର

    ମହତ୍ତ୍ଵ ବାଣୀ ।

   ଆମେ ଖଣ୍ଡଗିରି ଓ ଉଦୟଗିରି

   ଉତ୍କଳର ବୀରତ୍ଵର କାହାଣୀ

    ଚାଲିଛୁ ଚାଲିଥିବୁ ବଖାଣି

    ଐରଖାରବେଳ 

     ମହାମେଘବାହାନଙ୍କର

    ଖୋଦିତ ଶିଳାଲିପି

    ରହିଅଛି ଆମ ପାଶେ

    ତାଙ୍କ ବୀରତ୍ୱ, ଉନ୍ନତି ଓ

    ଉନ୍ନୟନର ଗାଥା ଓ କାହାଣୀ

    ଜୈନ ଧର୍ମର ପୃଷ୍ଠପୋଷକ

    ବୋଲି ସେ ପୁଣି

    କହୁ ଆମେ

    ଖଣ୍ଡଗିରି ଓ ଉଦୟଗିରି

    ଶୋଭାପାଏ ଆମ ବୁକୁରେ

    ହାତୀଗୁମ୍ଫା ଓ ରାଣୀଗୁମ୍ଫା

   କେତେ ଯେ ଉତ୍କୃଷ୍ଟ କାରୁକଳାର

    ରୂପ ସୌନ୍ଦର୍ଯ୍ୟ ଶୋଭାପାଏ

    ଆମ ଦେହେ ପୁଣି ।

    ଜୈନ ଧର୍ମର କେତେ କେତେ

    ଉପଦେଶ ବାଣୀ

   ଉତ୍କଳୀୟ ମାନଙ୍କର ଗୌରବ

    ଐରଖାରବେଳଙ୍କର

   ମଗଧ ବିଜୟର ବିବରଣୀ

   ସବୁ ଯେ ହୋଇଛି ବର୍ଣ୍ଣନା

   ଏଠି ଯେ ପୁଣି

   ଧନ୍ୟ ଧନ୍ୟ ହେ 

   ମାଆ ଉତ୍କଳ ଜନନୀ

   ତୁ ବୀରପ୍ରସବିନୀ ସୁରପ୍ରସବିନୀ

   ଧନ୍ୟ ତୋର ଗିରିରାଜି ବନାନୀ

   ସବୁର ବିବରଣୀ

  ଆମେ ରଖିଅଛୁ ଆମ ବକ୍ଷେ

   ଦୁହେଁ ଆମେ 

   ଖଣ୍ଡଗିରି ଓ ଉଦୟଗିରି

   ଉତ୍କୃଷ୍ଟ ଓ ବୀରଗାଥାର

    ଯୁଗଯୁଗରୁ କରୁଅଛୁ

     କରୁଥିବୁ ପ୍ରଦର୍ଶନୀ

    ଖଣ୍ଡଗିରି ଓ ଉଦୟଗିରି

    ସତେ ଆମେ

    ଦୁହେଁ ଦୁଇ ଯାଆଁଳା ଭଉଣୀ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational